ନଙ୍ଗଳବେଡ଼ାରେ ବୃଦ୍ଧଙ୍କୁ ହତ୍ୟା, ଜଣେ ଗିରଫ

Advertisment
ମହିଳା ଫରେଷ୍ଟରଙ୍କୁ ମାଡ଼ ମାରି ଜଣେ ଗିରଫ   

Times of India

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ନଙ୍ଗଳବେଡ଼ା ଗ୍ରାମରେ ଜଣେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗରେ ପୁଲିସ ଜଣେ ବ୍ୟକ୍ତିକୁ ଗିରଫ କରିଛି। ସୂଚନାନୁସାରେ, ନଙ୍ଗଳବେଡ଼ା ଗ୍ରାମର ଦଦଲା ମାଝୀ (୭୦) ଗାଁର ଶେଷମୁଣ୍ଡରେ ଏକ ବଖରିଆ ଘରେ ଏକୁଟିଆ ରହୁଥିଲେ। ବର୍ଷକ ତଳେ ମସ୍କାପଦର ଗ୍ରାମର କୃଷ୍ଣ ଲୋହରା ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ପୁଅଝିଅଙ୍କୁ ନେଇ ଦଦଲାଙ୍କ ଘରକୁ ଆସି ଆଶ୍ରୟ ନେଇଥିଲେ। ଗୋଟିଏ ବଖରାରେ ସମସ୍ତେ ଗୋଟିଏ ପରିବାରର ହୋଇ ରହୁଥିଲେ। ତେବେ ଗତକାଲି ଅପରାହ୍ଣରେ କୃଷ୍ଣ ଓ ଦଦଲାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା।

ଏଥିରେ କୃଷ୍ଣ ରାଗିଯାଇ ଦଦଲାଙ୍କୁ ଆକ୍ରମଣ କରିବା ସହ ଖଟରେ କଚାଡ଼ି ଦେଇଥିଲା। ରାତିରେ ଦଦଲାଙ୍କ ଜଣେ ନାତୁଣୀ ଖାଇବା ନେଇ ଆସିଥିବା ବେଳେ ଦଦଲା ମରିପଡ଼ିଥିବା ଦେଖି ଲୋକଙ୍କୁ ଡାକିଥିଲା। ଲୋକେ ଘଟଣାସ୍ଥଳରେ ପହଞ୍ଚି ଦଦଲା ମରିପଡ଼ିଥିବା ଦେଖିଥିଲେ। ଏ ନେଇ ଦଦଲାଙ୍କ ପୁଅ ପାତ୍ର ମାଝୀ ଲାଞ୍ଜିଗଡ଼ ଥାନାରେ ଅଭିଯୋଗ କରିବା ପରେ ଆଜି ସକାଳେ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ବରେ ଏକ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ କରିଥିଲା। ପରେ କେସିଙ୍ଗା ଏସ୍‌ଡିପିଓ ଅଭିନବ ସୋନକର ଘଟଣାସ୍ଥଳ ପରିଦର୍ଶନ କରିଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିଥିଲା। ପୁଲିସ ଏକ ମାମଲା ରୁଜୁ କରି କୃଷ୍ଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe