ଟ୍ରାନ୍ସଫର୍ମର ପୋଡ଼ିବାର ଦେଢ଼ମାସ ପରେ ବି ଗାଁ ଅନ୍ଧାର

Advertisment
ଟ୍ରାନ୍ସଫର୍ମର ପୋଡ଼ିବାର ଦେଢ଼ମାସ ପରେ ବି ଗାଁ ଅନ୍ଧାର

ବ୍ରହ୍ମବରଦା: ଟ୍ରାନ୍ସଫର୍ମର ପୋଡ଼ିଯିବାର ୪୦ ଦିନ ହେଲାଣି। ଆଉ ନୂଆ ଟ୍ରାନ୍ସଫର୍ମର ଲଗାଯାଉ ନାହିଁ। ବିଦ୍ୟୁତ୍‌ ବିଭାଗର ଦାୟିତ୍ବହୀନତା କାରଣରୁ ମଙ୍ଗରାଜପୁର ପଞ୍ଚାୟତ ଖଣ୍ତାସ ଗ୍ରାମର ୧୬ ନମ୍ବର ୱାର୍ଡ ବାସିନ୍ଦା ଅନ୍ଧାରରେ ଅଛନ୍ତି। କୁଆଖିଆ ବିଦ୍ୟୁତ୍‌ ବିଭାଗ ବ୍ରହ୍ମବରଦା ଉପଖଣ୍ଡରେ ଏହା ରହିଛି। ଦେଢ଼ମାସ ହେଲା ଏହି ୱାର୍ଡର ୧୬ କେଭି ବିଶିଷ୍ଟ ଟ୍ରାନ୍ସଫର୍ମରଟି ପୋଡ଼ିଯାଇଥିଲା। ଏଥିରୁ ସଂଯୋଗ ନେଇଥିବା ୪୦ ରୁ ଊର୍ଦ୍ଧ୍ବ ବିପିଏଲ ପରିବାର ମଧ୍ୟରୁ ୫/୭ ପରିବାର ବିଦ୍ୟୁତ୍‌ ବିଲ୍‌ ବାକି ରହିଥିବା କହିଛନ୍ତି ଗ୍ରାମବାସୀ।

କେତେଜଣଙ୍କ ବକେୟା ବିଲ୍‌ ପାଇଁ ଆଜି ୪୦ ଗରିବ ପରିବାର ଅନ୍ଧାରରେ ରହିଛନ୍ତି। ସମସ୍ତ ଉପଭୋକ୍ତା ଟଙ୍କା ଜମା ନ କରିବାଯାଏ ଏହି ଗାଁରେ ବିଦ୍ୟୁତ୍‌ ଜଳିବ ନାହିଁ ବୋଲି କହିଛନ୍ତି ବିଦ୍ୟୁତ୍‌ ବିଭାଗ କର୍ମଚାରୀ। ଏହାଦ୍ବାରା ପିଲାଙ୍କ ପାଠପଢ଼ା ଓ ଅନ୍ୟାନ୍ୟ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ମୋବାଇଲ ଫୋନଟିଏ ଚାର୍ଜ କରାଯାଇ ପାରୁନାହିଁ। ଉପଭୋକ୍ତାମାନେ ଡିବିରି ଆଲୁଅରେ ରାତିର ଅନ୍ଧାର ଦୂର କରୁଛନ୍ତି। ଗୁରୁତ୍ବପୂର୍ଣ୍ଣ ହେଉଛି ଗ୍ରାମବାସୀ ଦେଢ଼ମାସ ହେଲା ଅନ୍ଧାରରେ ରହିଥିଲେ ମଧ୍ୟ ଚଳିତ ମାସ ପ୍ରତ୍ୟେକ ଘରକୁ ବିଲ୍‌ ଆସିଥିବାରୁ ବିଭାଗୀୟ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି। ତୁରନ୍ତ ପୋଡ଼ା ଟ୍ରାନ୍ସଫର୍ମରକୁ ବଦଳାଇବା ସହ ବିଲ୍‌ ତ୍ରୁଟି ସୁଧାରିବାକୁ ଉପଭୋକ୍ତା ବିଦ୍ୟାଧର ନାୟକ, କୃଷ୍ଣଚନ୍ଦ୍ର ନାୟକ, ଅର୍ଜୁନ ନାୟକ, କୈଳାଶ ମହାନ୍ତି, ଶ୍ୟାମସୁନ୍ଦର ବାରିକ, ରବୀନ୍ଦ୍ର ମହାନ୍ତି, ନଟବର ନାୟକ ଓ ଧରଣୀଧର ନାୟକ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe