କାଳବୈଶାଖୀରେ ଉପୁଡ଼ିଲା ଗଛ

କାଳବୈଶାଖୀରେ ଉପୁଡ଼ିଲା ଗଛ

ହାଟଡିହି : ସୋମବାର ଭୋରରେ କାଳବୈଶାଖୀ ପ୍ରଭାବରେ ହାଟଡିହି ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିଛି। ସୋମବାର ଭୋର ୫ଟାବେଳେ ଖୁବ ଜୋରରେ ପବନ ବହିବା ସହ ବର୍ଷା ହୋଇଥିଲା। ହାଟଡିହି, ଶାସଙ୍ଗ, ଅକରୁଆ, ବଞ୍ଚୋ, ପଞ୍ଚୁଗୋଛିଆ, ଆମ୍ବୋ, ସମଣା, ହଦଗଡ଼, ଓରାଳି, ଶାଳଣିଆଁ, ଗେଡ଼ମା, ଡଅଁର ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ଲୋକଙ୍କ ଚାଳ ଛପର ଉଡ଼ି ଯାଇଥିବାବେଳେ ବଡ଼ବଡ଼ ଗଛ ଭାଙ୍ଗିଛି।

କରଗୋଳା ଗ୍ରାମର ବାତ୍ୟା ଆଶୟସ୍ଥଳୀ ନିକଟରେ ଥିବା ଦେଢ଼ଶହ ବର୍ଷର ଏକ ବିରାଟ ବରଗଛ ସମ୍ପୂର୍ଣ୍ଣ ଉପୁଡ଼ି ପଡ଼ିଥିଲା। ଫଳରେ ଗାଁକୁ ଯାତାୟାତ ବନ୍ଦ ହୋଇଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଗଛ କାଟି ରାସ୍ତା ସଫା କରିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା। ଗ୍ରାମର ବାଦଲ କୁମାର ସାହୁ, ଶ୍ରୀକାନ୍ତ ସାହୁ, ବିଜୟ କୁମାର ସାହୁ, ସୁଶାନ୍ତ ସାହୁ, ଭେଳା ମହାରଣା, କ୍ଷୀରୋଦ ସାହୁ, ଜଗବନ୍ଧୁ ଜେନା, ଅଲେଖ ଜେନା, ଦୈତାରୀ ସାହୁ, ଶଙ୍କର୍ଷଣ ସାହୁ, କ୍ଷେତ୍ରମଣି ପଣ୍ଡା, ହାବିଲ ଖଟୁଆ ପ୍ରମୁଖ ଅଗ୍ନିଶମ ବାହିନୀଙ୍କୁ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe