୧୮ରୁ ଅଭିଯୋଗ ପ୍ରକୋଷ୍ଠରେ ହେବ ଜନଶୁଣାଣି

Advertisment
କ୍ରାଇମବ୍ରାଞ୍ଚକୁ ବଡ଼ ଝଟ୍‌କା: ଚୌଦ୍ବାର ଜେଲ୍ ଆସିବାକୁ ନିମହାଂସ୍‌ର ନା

Freepik

ଭୁବନେଶ୍ବର: କରୋନା ପାଇଁ ପ୍ରାୟ ୨ବର୍ଷ ହେଲା ଜିଲ୍ଲାସ୍ତରୀୟ ଓ ରାଜ୍ୟସ୍ତରୀୟ ଅଭିଯୋଗ ପ୍ର‌େକାଷ୍ଠରେ ହେଉଥିବା ଜନଶୁଣାଣି ବନ୍ଦ ଥିବାବେଳେ ଆସନ୍ତା ୧୮ତାରିଖରୁ ପୁଣି ଆରମ୍ଭ ହେବ। ଏନେଇ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ, ସଚିବ, ବିଭାଗୀୟ ମୁଖ୍ୟ, ପୁଲିସ ଡିଜି, ସମସ୍ତ ନିର୍ଦ୍ଦେଶକ, ଜିଲ୍ଲାପାଳ, ଏସ୍‌ପିମାନଙ୍କୁ ଚିଠି ଲେଖିଛନ୍ତି। ଦୀର୍ଘ ଦିନ ପରେ ଶାରୀରିକ ଜନଶୁଣାଣି ଆରମ୍ଭ ହେଉଥିବାରୁ ଅଧିକାରୀମାନେ ଏନେଇ ପ୍ରସ୍ତୁତି କରିବାକୁ କୁହାଯାଇଛି।

ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ଲୋକସେଭା ଭବନ, ଖାରବେଳ ଭବନ, ରାଜୀବ ଭବନ, କୃଷି ଭବନ ଆଦିକୁ ପୂର୍ବପରି ସାଧାରଣ ଲୋକ ଯାଇ ସେମାନଙ୍କ ଅଭିଯୋଗ ଦେଇପାରିବେ। ଏନେଇ ଗୃହ ବିଭାଗ ପକ୍ଷରୁ ପ୍ରସ୍ତୁତି କରିବାକୁ କୁହାଯାଇଛି। ହେଲେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କେବେ ଖୋଲିବ ତାହା କୁହାଯାଇନି। ସୂଚନାଯୋଗ୍ୟ ଯେ, କରୋନା ମହାମାରୀ ଯୋଗୁଁ ମାର୍ଚ୍ଚ ୧୩, ୨୦୨୦ରୁ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ଥିଲା। ଜୁଲାଇ ୨୨, ୨୦୨୦ରୁ ଅନଲାଇନ୍ ମୋଡରେ ଜନଶୁଣାଣି ହେଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe