ରଗଡ଼ି : କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ନୂଆଗଡ଼ ଛକ ନିକଟରେ ରାସ୍ତାରେ ଠିଆ ହେଇଥିବା ଏକ ହାଇଓ୍ୱା ନଂ ଜେଏଚ୍-୦୯ଏଏମ୍-୭୬୬୩ କୁ ଧକ୍କା ଦେଇ କ୍ରସର ଡଷ୍ଟ ବୋଝେଇ ଏକ ହାଇଓ୍ୱା ନଂ ଓଡି-୦୧ଏସି-୨୪୬୮ ରାସ୍ତା କଡ଼ରେ ଥିବା ଏକ କେବିନ ଉପରେ ମାଡ଼ି ଯାଇଛି। କେବିନ୍ଟି ଭାଙ୍ଗି ଚୂରମାର୍ ହୋଇଯାଇଥିବା ବେଳେ ହାଇୱା ଚାଳକ ଆହତ ହୋଇଛନ୍ତି।
ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଚଢ଼େଇଧରା ଅଞ୍ଚଳରୁ ଏକ ଡଷ୍ଟ ବୋଝେଇ ହାଇଓ୍ୱା ବାଲେଶ୍ୱର ଯାଉଥିଲା। ନୂଆଗଡ଼ ଛକ ରାସ୍ତା ମଝିରେ ଠିଆ ହେଇଥିବା ହାଇଓ୍ୱାକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ହାଇଓ୍ୱାଟି ଡିଭାଇଡରରେ ପିଟିହୋଇ ରାସ୍ତା କଡ଼ରେ ଥିବା ଏକ କେବିନ ଭିତରେ ପଶିଯାଇଥିଲା। ଏହି ଦୁର୍ଘଟଣାରେ ଡଷ୍ଟ ବୋଝେଇ ହାଇଓ୍ୱା ଚାଳକ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତ ଚାଳକଙ୍କୁ ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ।
Follow Us