ହାତୀଶାଳ ଘାଟିରେ ୮୦ ଫୁଟ୍ ତଳକୁ ଖସିଲା ଟ୍ରକ୍

Advertisment

ଡ୍ରାଇଭର ଓ ହେଲ୍‌ପର ଗୁରୁତର

ଡ୍ରାଇଭର ଓ ହେଲ୍‌ପର ଗୁରୁତର

ହାତୀଶାଳ ଘାଟିରେ ୮୦ ଫୁଟ୍ ତଳକୁ ଖସିଲା ଟ୍ରକ୍

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ବିଶ୍ବନାଥପୁରରୁ ମୂଷାନାଳକୁ ସଂଯୋଗ କରୁଥିବା ରାସ୍ତାରେ ହାତୀଶାଳ ଘାଟି ଏବେ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି। ଆଜି ସକାଳେ ବିଶାଖାପାଟଣାରୁ ସାର ବୋଝେଇ କରି ଆସୁଥିବା ଏକ ଟ୍ରକ୍‌ (ଏମ୍‌ଏଚ୍‌ ୩୪ଏଭି-୩୧୬୯) ବିଶ୍ୱନାଥପୁର ନିକଟସ୍ଥ ହାତୀଶାଳ ଘାଟିରେ ଭାରସାମ୍ୟ ହରାଇ ୮୦ ଫୁଟ୍ ତଳକୁ ଖସିପଡ଼ିଛି। ଏଥିରେ ଟ୍ରକଟି ଚୂରମାର୍‌ ହୋଇଯାଇଥିବା ବେଳେ ଡ୍ରାଇଭର ଓ ହେଲ୍ପର ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି।

ଗାଡ଼ିଟି ବିଶାଖାପାଟଣାରୁ ହରିଆଣା ଯାଉଥିଲା। ଗୁରୁତର ଡ୍ରାଇଭର ଚନ୍ଦନ ଯାଦବ, ହେଲ୍‌ପର ପ୍ରମୋଦ କେଶୟା ଓ ସାଙ୍ଗରେ ଥିବା ଅନ୍ୟ ଜଣେ ଯୁବକ ବଣ୍ଟି ଯାଦବଙ୍କ ଘର ବିହାର ଆରା ଜିଲ୍ଲା ଜଗଦୀଶପୁର ଗ୍ରାମରେ ବୋଲି ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ତିନି ଜଣଙ୍କୁ ଉଦ୍ଧାର କରି ପ୍ରଥମେ ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ପ୍ରାଥମିକ ଚିକିତ୍ସା ପରେ ଡ୍ରାଇଭର ​ଓ ହେଲ୍‌ପରଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛି। ବିଶ୍ବନାଥପୁର ପୁଲିସ ଘଟଣାର ତଦନ୍ତ କରୁଛି। ସୂଚନାଯୋଗ୍ୟ ଯେ ଏଠାରେ ବର୍ଷକ ମଧ୍ୟରେ ୩୦ରୁ ଊର୍ଦ୍ଧ୍ବ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe