ଧାନବୋଝେଇ ଟ୍ରକ୍‌ ଓଲଟିଲା, ଚାଳକ ଆହତ

ଧାନବୋଝେଇ ଟ୍ରକ୍‌ ଓଲଟିଲା, ଚାଳକ ଆହତ

ବିନିକା: ବିନିକା ଥାନା ଅନ୍ତର୍ଗତ ବିନିକା-ତୁରୁମ ରାସ୍ତା ବିଶାଳପାଲି-ଚେରୁପାଲି ମଧ୍ୟରେ ଥିବା ଏକ ବୁଲାଣିରେ ଏକ ଧାନବୋଝେଇ ଟ୍ରକ୍‌ ଓଲଟି ପଡ଼ିବାରୁ ଏହାର ଚାଳକ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଡୁଙ୍ଗୁରିପାଲି ବ୍ଲକ୍‌ ତମାମୁର ଅଞ୍ଚଳରୁ ଉକ୍ତ ଧାନବୋଝେଇ ଟ୍ରକ୍‌ (ଓଡି ୧୫ ଇ ୪୮୧୧) ବିନିକା ବ୍ଲକ୍‌ ଅରିଗାଁ ରାଇସ୍‌ମିଲକୁ ଯାଉଥିଲା। ବିଶାଳପାଲି ଓ ଚେରୁପାଲି ଗ୍ରାମ ମଧ୍ୟରେ ଥିବା ବୁଲାଣିଠାରେ ରାସ୍ତାକଡ଼ର ଏକ ଗଛରେ ପିଟିହୋଇ ଓଲଟି ପଡ଼ିଥିଲା।

ଘଟଣାସ୍ଥଳରୁ ଆମ୍ବୁଲାନ୍ସ ଯୋଗେ ବିନିକା ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଇଥିଲା। ଆହତ ଚାଳକ ଅନୁଗୁଳ ଜିଲ୍ଲା କିଶନନଗର ଥାନା ତାମୁଳସିଙ୍ଘା ଗ୍ରାମର କ୍ଷେତ୍ର ମୋହନ ପଧାନ (୩୯ବର୍ଷ) ବୋଲି ଜଣାପଡ଼ିଛି। ତାଙ୍କୁ ଚିକିତ୍ସା ପାଇଁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe