କ୍ୟାବିନ ଉପରେ ଆଖୁ ବୋଝେଇ ଟ୍ରକ ଓଲଟିଲା

Advertisment
କ୍ୟାବିନ ଉପରେ ଆଖୁ ବୋଝେଇ ଟ୍ରକ ଓଲଟିଲା

ଧର୍ମଶାଳା: ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶାନ୍ତିବଜାର-କାଏମା ରାସ୍ତାର ଅଚ୍ୟୁତପୁର ଛକରେ ଥିବା ଏକ କ୍ୟାବିନ୍ ଉପରେ ମଙ୍ଗଳବାର ରାତି ୯ଟା ୧୫ରେ ଏକ ଆଖୁ ବୋଝେଇ ଟ୍ରକ୍ ଓଲଟି ପଡ଼ିଛି। ସୌଭାଗ୍ୟକ୍ରମେ ଦୋକାନୀ ଅଚ୍ୟୁତପୁର ଗ୍ରାମର ବୀରକିଶୋର ନାୟକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କ୍ୟାବିନଟି ଭାଙ୍ଗିରୁଜି ଯାଇଛି। ଏଥିରେ ଥିବା ଲକ୍ଷାଧିକ ଟଙ୍କା ମୂଲ୍ୟର ବିଭିନ୍ନ ସାମଗ୍ରୀ ନଷ୍ଟ ହୋଇଯାଇଛି।

ପ୍ରକାଶ ଯେ ଅଚ୍ୟୁତପୁର (ପାହାଡ଼ତଳି) ଗ୍ରାମର ରମେଶ ରାଉତଙ୍କ ଜମିରୁ ଆଖୁ ବୋଝେଇ ହୋଇ ତାଙ୍କ ଟ୍ରକ୍ (ଓଆର୍ ୦୪ ଏମ୍ ୫୭୮୬)ରେ ଶକ୍ତିସୁଗାର ମିଲକୁ ଯାଉଥିଲା। ଅଚ୍ୟୁତପୁର ଛକ ନିକଟରେ ଗଛ ଡାଳ ବାଜିବା ସମ୍ଭାବନା ଥିବାରୁ ଟ୍ରକଟି ଏହା ପଛ ପାର୍ଶ୍ବ ରାସ୍ତା ଦେଇ ଯାଉଥିଲା। ହେଲେ ଅଧିକ ଆଖୁ ବୋଝେଇ ହୋଇଥିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ନିକଟରେ ଥିବା ଲୁହାରେ ନିର୍ମିତ କ୍ୟାବିନ୍ ଉପରେ ଓଲଟି ପଡ଼ିଥିଲା। ଏହି ସମୟରେ ଦୋକାନୀ ବାହାରେ ଠିଆ ହୋଇଥିବାରୁ ଏକ ବଡ଼ ବିପଦରୁ ରକ୍ଷା ପାଇ ଯାଇଥିଲେ।

ଏହି କ୍ୟାବିନରେ ବ୍ୟବସାୟ କରି ବୀରକିଶୋର ନିଜ ପରିବାର ପ୍ରତିପୋଷଣ କରୁଥିଲେ। ଏହା ଏବେ ଭାଙ୍ଗି ଯାଇଥିବାବେଳେ ଏଥିରେ ଥିବା ଅଧିକାଂଶ ସାମଗ୍ରୀ ନଷ୍ଟ ହୋଇଯାଇଛି। ତାଙ୍କୁ କ୍ଷତିପୂରଣ ଦେବାପାଇଁ ସେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe