ନୂଆଁଖାଇରେ ଅଘଟଣ: ପୁଲିସ ଏସ୍‌ଆଇଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

ନୂଆଁଖାଇରେ ଅଘଟଣ: ପୁଲିସ ଏସ୍‌ଆଇଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

ନୂଆପଡ଼ା : ନୂଆଁଖାଇରେ ଅଘଟଣ। ୩୫୩ ନମ୍ବର ଜାତୀୟ ରାଜପଥର ନୂଆପଡ଼ା ଜିଲ୍ଲା ଗୌତମା ଛକଠାରେ ଏକ କୋଇଲା ବୋଝେଇ ଟ୍ରକ୍‌ ମାଡ଼ିଯିବାରୁ ପୁଲିସ ଏସ୍‌ଆଇ ସୁଧାଂଶୁ ପାଣ୍ଡେ (୫୫ ବର୍ଷ)ଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ବୋଡ଼େନ ଥାନା ବୋଇରଗାଁ ଗ୍ରାମର ସୁଧାଂଶୁ ପାଣ୍ଡେ କୋମନା କୋର୍ଟରେ ଏଏସ୍‌ଆଇ ଭାବେ କାର୍ଯ୍ୟ କରୁଥିଲେ। କିଛିମାସ ତଳେ ତାଙ୍କର ପଦୋନ୍ନତି ହୋଇଥିଲା ଓ ‌ସେ ତାଲିମ ପାଇଁ ଅନୁଗୁଳ ଯାଇଥିଲେ। ନୂଆଁଖାଇ ପାଇଁ ନୂଆପଡ଼ା ପୁଲିସ ରିଜର୍ଭ କଲୋନିସ୍ଥିତ ସରକାରୀ ବାସଭବନକୁ ଆସିଥିଲେ। ଗୁରୁବାର ସକାଳେ ସେ ଚୁଟି କଟାଇବା ପାଇଁ ତାଙ୍କ ବାଇକ୍‌ (ଓଡି ୨୬ ଏ ୨୪୫୫)ରେ ଖରିଆରରୋଡ଼କୁ ଯାଉଥିଲେ। ଗୌତମା ଛକଠାରେ ତାଙ୍କ ମୋବାଇଲ୍‌କୁ ଏକ କଲ୍‌ ଆସିବାରୁ ରାସ୍ତାକଡ଼ରେ ଅଟକି କଥା ହେଉଥିଲେ। ଏହି ସମୟରେ ନୂଆପଡ଼ା ପଟୁ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ୍‌ (ସିଜି ୦୮ ଏକ୍ୟୁ ୮୫୧୧) ତାଙ୍କ ଉପରେ ମାଡ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଖରିଆରରୋଡ଼ ଜୋଙ୍କ ଥାନା ପୁଲିସ ପହଞ୍ଚି ଶବ ଜବତ କରିଥିଲା। ଏନେଇ ଏକ ମାମଲା ରୁଜୁ କରି ନୂଆପଡ଼ା ମୁଖ୍ୟ ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାଙ୍କୁ ଶବ ହସ୍ତାନ୍ତର କରିଥିଲା ବୋଲି ଥାନା ଅଧିକାରୀ କୈଳାସ ସେଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe