ଟ୍ରକ ପଛରେ ପିଟିଲା ଟ୍ରକ, ଡ୍ରାଇଭର ମୃତ

Advertisment
ଶବ ବଦଳ ଘଟଣା, ଚିତାଭସ୍ମ ଗଲା ରାଜସ୍ଥାନ, ଫେରିଲାନି ଓଡ଼ିଆ ପୁଅର ଶବ

CREATOR: gd-jpeg v1.0 (using IJG JPEG v62), quality = 100

ଚଣ୍ଡିଖୋଲ/ବଡ଼ଚଣା : ଯାନ୍ତ୍ରିକ ତ୍ରୁଟି ଯୋଗୁ ରାସ୍ତା ଉପରେ ଠିଆ ହୋଇଥିବା ଏକ ଟ୍ରକ ପଛରେ ଆଉ ଏକ ଟ୍ରକ ପିଟି ହୋଇଯିବାରୁ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ମୃତ ଡ୍ରାଇଭର କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ସୁଆଁପଦା ଗ୍ରାମର ମଙ୍ଗୁଳି ଜେନାଙ୍କ ପୁଅ ଶଙ୍କର୍ଷଣ ଜେନା (୨୯)। ଏହି ଦୁର୍ଘଟଣା ଘଟିଛି ୧୬ ନମ୍ବର ଜାତୀୟ ରାଜପଥର ବଡ଼ଚଣା ଗଳି ପୋଲ ଉପରେ। ସେଠାରେ ଠିଆ ହୋଇଥିବା ଟ୍ରକ ପଛରେ କଟକରୁ ଲୁହାଗୁଣ୍ଡ ନେଇ ଆସୁଥିବା ଅନ୍ୟ ଏକ ଟ୍ରକ ପିଟି ହୋଇଯାଇଥିଲା।

ସେଠାରେ ଠିଆ ହୋଇଥିବା ଟ୍ରକ ଚାଳକ ଶଙ୍କର୍ଷଣଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଡ୍ରାଇଭରଙ୍କ ଗୋଡ଼ ଭାଙ୍ଗି ଯାଇଛି। ଖବର ପାଇ ବଡ଼ଚଣା ଥାନା ପୁଲିସ ଓ ଚଣ୍ଡିଖୋଲ ଦମକଳ ବାହିନୀ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ଡାକ୍ତରଖାନା ପଠାଇଥିଲେ। ଆହତ ଚାଳକଙ୍କୁ କଟକ ବଡ଼ଡାକ୍ତରଖାନାକୁ ପଠାଇଛନ୍ତି। ଏ ସଂକ୍ରାନ୍ତରେ ୧୬୨/୨୨ ରେ ପୁଲିସ ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe