ଦୂର ହେଲା ପାନୀୟ ଜଳ ସମସ୍ୟା ଖବର ପ୍ରକାଶ ପରେ ବସିଲା ନଳକୂପ

Advertisment
ଦୂର ହେଲା ପାନୀୟ ଜଳ ସମସ୍ୟା ଖବର ପ୍ରକାଶ ପରେ ବସିଲା ନଳକୂପ

ନୂଆଗାଁ: ନୂଆଗାଁ ବ୍ଲକ ଗୁମୀ ପଞ୍ଚାୟତ ଦାନ୍ତୁରା ନୂଆସାହିରେ ଦୀର୍ଘ ଦିନଧରି ପିଇବା ପାଣି ସୁବିଧା ନଥିବା ବେଳେ ବର୍ଷାଦିନେ ଲୋକମାନେ ପାଖରେ ଥିବା ଏକ ଟ୍ୟାପ୍‌ କିମ୍ବା ଜମିର ପାଣିକୁ ଭରସା କରି ଚଳିବା ସହ ଖରାଦିନେ ୧ କିଲୋମିଟର ଦୂର ଡିମିରିପଲ୍ଲୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ନଳକୂପରୁ ପାଣି ଆଣି ବ୍ୟବହାର କରୁଥିଲେ। ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶିତ ହେବା ପରେ ବିଭାଗୀୟ ଅଧିକାରୀ ତତ୍ପରତା ପ୍ରଦର୍ଶନ କରିଛନ୍ତି। ନୂତନ ନଳକୂପ ଯନ୍ତ୍ରାଂଶ ବସାଇ ଦିଆଯାଇଛି। ଗତ ଜାନୁୟାରି ମାସରେ ନୂଆଗାଁ ବ୍ଲକ୍‌ ଗ୍ରାମୀଣ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଏଠାରେ ଏକ ନଳକୂପ ଖୋଳାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ ନଳକୂପ ଖୋଳିବାର ପ୍ରାୟ ୧୦ ମାସ ବିତି ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଏଥିରେ ଯନ୍ତ୍ରାଂଶ ଲଗାଇ କାର୍ଯ୍ୟକ୍ଷମ କରିବା କଥା ବିଭାଗୀୟ ଅଧିକାରୀ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଥିଲେ। ଫଳରେ ଲୋକମାନେ ପାଖରେ ଥିବା ଏକ ଟ୍ୟାପ୍‌ରୁ ପାଣି ଆଣି ପିଉଥିବା ଦେଖିବାକୁ ମିଳିଥିଲା। ତେବେ ହଜାର ହଜାର ଟଙ୍କା ବ୍ୟୟରେ ୧୦ ମାସ ହେଲା ନଳକୂପ ଖୋଳା ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କଣ ପାଇଁ ସେଠାରେ ଆବଶ୍ୟକ ଯନ୍ତ୍ରପାତି ଲଗାଯାଇ ପାରୁନାହିଁ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ବିଭାଗୀୟ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe