ଦୁ‌‌ଷ୍କର୍ମ ମାମଲାକୁ ନେଇ ୨ ଗୋଷ୍ଠୀ ଛକାପଞ୍ଝା

Advertisment
ଜିମ୍‌ରେ ମୃଦୁ ପାନୀୟରେ ନିଶା ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

Image Courtesy of Republic World

କାଳିଆପାଣି : କାଳିଆପାଣି ଥାନା କଅଁସ ପଞ୍ଚାୟତ ଅଫିସ ପାଖ ସାରୁଆବିଲ ନୂଆସାହିରେ ଶୁକ୍ରବାର ରାତିରେ ଜନୈକା ୯ ବର୍ଷର ଆଦିବାସୀ ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏହି ଘଟଣାରେ ଗ୍ରାମବାସୀଙ୍କ ଠାରୁ ସୂଚନା ପାଇବା ପରେ ପୁଲିସ ଅଭିଯୁକ୍ତକୁ ଉଠାଇ ଆଣି ଥାନାରେ ଅଟକ ରଖିଥିବା କହିଛି। ଘଟଣାକୁ‌ ନେଇ ଗାଁର ୨ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ସୂଚନା ମିଳିଛି।

ନାବାଳିକା ଜଣକ ଜଣେ ପଡ଼ୋଶୀଙ୍କ ବିବ‌ାହ ଉତ୍ସବରେ ଯୋଗଦେଇ ଘରକୁ ଫେରିବା ବାଟରେ ଅଭିଯୁକ୍ତ ଗାଁରେ ଭାଲୁ ମାତିଛି ବୋଲି କହି ଡରାଇଥିଲା।  ଅଭିଯୁକ୍ତ ସଂପୃକ୍ତ ଶିଶୁକନ୍ୟାଙ୍କୁ ନେଇ ଘରେ ଛାଡ଼ିଦେବ ବୋଲି କହି ବଳପୂର୍ବକ ଦୁଷ୍କର୍ମ କରିଥିଲା। ପୀଡ଼ିତା ଜଣକ ସେଇଠି ପଡ଼ି ଯାଇଥିଲେ। ପରିବାର ପକ୍ଷରୁ କାଦୁଅ ସରସର ଅବସ୍ଥା‌ରେ ଉଦ୍ଧାର କରାଯାଇଥିଲା। ଏଭଳି ସମ୍ବେଦନଶୀଳ ଘଟଣାକୁ ଗ୍ରାମସଭା ମାଧ୍ୟମରେ ଚପାଇ ଦେବା ଉଦ୍ୟମ ହୋଇଥିଲା। ପୀଡ଼ିତାଙ୍କ ବାପା ଏ ସଂପର୍କରେ ପୁଲିସକୁ ଜଣାଇବାକୁ ଚାହିଁଥିଲେ। ଅସୁସ୍ଥ ଶିଶୁକନ୍ୟାକୁ ଆଜି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଏତଲା ହସ୍ତଗତ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe