ବ୍ରହ୍ମପୁର/ପାତ୍ରପୁର: ଗଞ୍ଜାମ ଜିଲ୍ଲା ଚିକିଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ବରିଷ୍ଠ କଂଗ୍ରେସ ନେତା ଚିନ୍ତାମଣି ଦ୍ୟାନସାମନ୍ତରାଙ୍କ ଦୁଇପୁଅ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବା ରାଜନୈତିକ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି। ଚିନ୍ତାମଣିଙ୍କ ତୃତୀୟ ପୁଅ ମନୋରଞ୍ଜନ ଦ୍ୟାନସାମନ୍ତରାଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ଦ୍ବିତୀୟ ପୁଅ ରବୀନ୍ଦ୍ରଙ୍କୁ କଂଗ୍ରେସ ପ୍ରାର୍ଥୀ ଭାବେ ଘୋଷଣା କରିଛି। ୨୦୧୪ ମସିହାରେ ମନୋରଞ୍ଜନ ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ବେଳେ ୨୦୧୯ରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ଉଭୟ ନିର୍ବାଚନରେ ସେ ବର୍ତ୍ତମାନର ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷାଦେବୀଙ୍କଠୁ ପରାଜୟ ବରଣ କରିଥିଲେ। ଅପରପକ୍ଷେ, ରବୀନ୍ଦ୍ର ଜଣେ ଦକ୍ଷ ଯୁବନେତା ଭାବେ ପରିଚିତ। ଗୋଟିଏ ପରିବାରର ଦୁଇଭାଇଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ମଇଦାଦରେ ଚିନ୍ତାମଣି ଦ୍ୟାନସାମନ୍ତରାଙ୍କ ଦୁଇପୁଅ: ବିଜେପିରୁ ମନୋରଞ୍ଜନ, କଂଗ୍ରେସରୁ ରବୀନ୍ଦ୍ର
Advertisment
Follow Us