୯ ଫୁଟ ଉପରକୁ ଉଠିବ ଦୁଇମହଲା ଘର

୯ ଫୁଟ ଉପରକୁ ଉଠିବ ଦୁଇମହଲା ଘର

ଭୋଗରାଇ/କମର୍ଦ୍ଦା: ଆପଣ ତଳିଆ ଅଞ୍ଚଳରେ ଘର କରଛନ୍ତି କି? ଆଉ ଚିନ୍ତା ନାହିଁ। ଭାଙ୍ଗିବାକୁ ପଡିବ ନାହିଁ ଘର। କାରଣ ଆସି ଯାଇଛି ନୂଆ ଟେକ୍ନୋଲୋଜି। ଜ୍ୟାକ୍ ଲଗାଇ ଉପରକୁ ଉଠାଇ ହେଉଛି ଘର। ଭୋଗରାଇ ବ୍ଲକ ଉଲୁଡା ଗ୍ରାମରେ ରାସ୍ତା ଉଚ୍ଚା ହେବା ପରେ କଡ଼ରେ ଥିବା ଦୁଇ ମହଲା ଘରକୁ ଏବେ  ହାଇଡ୍ରୋଲିକ ମେସିନ ସାହଯ୍ୟରେ ଅଭିନବ ଉପାୟରେ ଉପରକୁ  ଉଠା ଯାଉଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ ଏହି ଗାଁର ରାଜେନ୍ଦ୍ର ପ୍ରଧାନଙ୍କ ୧୦ବର୍ଷ ତଳେ ନିର୍ମାଣ ହୋଇଥିବା ପ୍ରାୟ ୧୮୦୦ ଶହ ବର୍ଗଫୁଟର ଦୁଇମହଲା ବିଶିଷ୍ଟ ଘରଟି ରାସ୍ତାଠାରୁ ୪ ଫୁଟ ତଳେ ରହିଥିଲା ।

publive-image

ଏବେ ତାହା ଉପରକୁ ଉଠାଇବାର ଆବଶ୍ୟକ ପଡ଼ିବାରୁ ଘରଟିକୁ ନ ଭାଙ୍ଗି କିଭଳି ଉଠା ଯାଇ ପାରିବ ସେନେଇ ଶ୍ରୀ ପ୍ରଧାନ ୟୁଟ୍ୟୁବ ଦେଖି ହରିୟାଣାର ଏକ ଠିକାଦାର ସଂସ୍ଥା ସହିତ ଯୋଗାଯୋଗ କରିଥିଲେ। ସେଠାରୁ ଉକ୍ତ ସଂସ୍ଥା ୧୫ଜଣ କୁଶଳୀ କାରିଗର ସହିତ ଅତ୍ୟାଧୁନିକ ହାଇଡ୍ରୋଲିକ ମେସିନ ପଠାଇ ଏବେ ଏଠାରେ କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି। ଏହି ଦୁଇମହଲା କୋଠା ଘରଟି ୯ଫୁଟ ଉପରକୁ ଉଠାଯିବ। ତେବେ ବର୍ତ୍ତମାନ ସୁଦ୍ଧା  ଚାରି ଫୁଟ ଉଠା ସରିଛି।

ଘର ଫାଉଣ୍ଡେସନ ସ୍ଥାନରୁ ଧାଡ଼ିକି ଧାଡି ଲାଗିଛି ୧୫୦ ଟନ କ୍ଷମତା ବିଶିଷ୍ଟ ୧୦୦ ରୁ ଅଧିକ ଜ୍ୟାକ୍। ଏହା ଦ୍ବାରା ଘରର ପ୍ରତି କୋଣ ଅନୁକୋଣ ସମାନ ଭାବେ ଉପରକୁ ଉଠିଥାଏ। ଦୁଇମାସ ମଧ୍ୟରେ ଏହି କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପୂର୍ବରୁ ଏଭଳି ଘର ଉପରକୁ ଉଠାଯାଇଛି। ତେବେ ଭୋଗରାଇ ଅଞ୍ଚଳରେ ଏହା ପ୍ରଥମ ଘଟଣା ବୋଲି ଠିକାଦାର ପ୍ରିନ୍ସ ସୋସାଦିଆ ପ୍ରକାଶ କରିଛନ୍ତି। ଘରକାମ ଦେଖିବାକୁ ପ୍ରତିଦିନ ସ୍ଥାନୀୟ ଲୋକଙ୍କ ଭିଡ଼ ଜମୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe