ରାଜନଗର: ଅଙ୍ଗନବାଡ଼ି କେନ୍ଦ୍ରରେ ଜଣେ ଅନୁସୂଚିତ ଜାତିର ଯୁବତୀ ସହାୟିକା ଭାବେ ନିଯୁକ୍ତି ପାଇବାରୁ ଗ୍ରାମବାସୀ ଶିଶୁଙ୍କୁ ପଢ଼ିବା ପାଇଁ ଛାଡ଼ୁ ନାହାନ୍ତି। ସହାୟିକାଙ୍କ ହାତରୁ ଗର୍ଭବତୀ, ପ୍ରସୂତି ଓ ଶିଶୁ ଖାଦ୍ୟ ବି ଗ୍ରହଣ କରୁ ନାହାନ୍ତି। ଏଭଳି ସ୍ଥିତିରେ ୮୧ଦିନ ହେଲା ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ଝୁଲୁଛି। ଅଙ୍ଗନବାଡ଼ି କର୍ମୀ, ସୁପରଭାଇଜର୍ ଓ ସିଡିପିଓ ବାରମ୍ବାର ଗାଁକୁ ଯାଇ ଲୋକଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ ବି ସୁଫଳ ମିଳୁନାହିଁ। ଜାତିପ୍ରଥାର ଏଭଳି କୁତ୍ସିତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଘଡ଼ିଆମାଳ ପଞ୍ଚାୟତର ନୂଆଗାଁ ଗ୍ରାମରେ।
Governor Of Odisha: ଚକ୍ଷୁ ଦାନ ଉପରେ ଜନସଚେତନତା ବୃଦ୍ଧି ପାଇଁ ରାଜ୍ୟପାଳଙ୍କ ଆହ୍ୱାନ
ନୂଆଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ବହୁଦିନ ଧରି ସହାୟିକା ପଦ ଖାଲିପଡ଼ିବା ପରେ ୨୦୨୪ରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମାତ୍ର ଉକ୍ତ ପଦ ପାଇଁ କେହି ଆବେଦନ କରି ନ ଥିଲେ। ୨୦୨୫ ନଭେମ୍ବରରେ ପୁଣି ବିଜ୍ଞପ୍ତି ପ୍ରକାଶ ପାଇବାରୁ ଗାଁର ଶର୍ମିଷ୍ଠା ସେଠୀ ଏକମାତ୍ର ପ୍ରାର୍ଥୀ ଭାବେ ଆବେଦନ କରିଥିଲେ। ଶର୍ମିଷ୍ଠାଙ୍କୁ ନିଯୁକ୍ତି ନ ଦେବା ପାଇଁ ଗ୍ରାମବାସୀ ସିଡିପିଓଙ୍କୁ ଲିଖିତ ଭାବେ ଜଣାଇଥିଲେ। କିନ୍ତୁ ଶର୍ମିଷ୍ଠାଙ୍କୁ ୨୦ ନଭେମ୍ବର ୨୦୨୫ରେ ନିଯୁକ୍ତି ଦିଆଯାଇଥିଲା। ଉକ୍ତ କେନ୍ଦ୍ରରେ ୩ରୁ ୬ ବର୍ଷ ବୟସର ୨୦ଜଣ ଶିଶୁ ପାଠ ପଢ଼ିବାକୁ ଆସୁଥିଲେ। ହେଲେ ଶର୍ମିଷ୍ଠା ନିଯୁକ୍ତି ପାଇବା ପରେ ନଭେମ୍ବର ୨୧ରୁ ଆଜିଯାଏଁ ଆଉ କେହି ଆସୁନାହାନ୍ତି। ଡିସେମ୍ବରରୁ ଗାଁର ଗର୍ଭବତୀ, ପ୍ରସୂତି, ୬ମାସରୁ ୩ ବର୍ଷ ଯାଏଁ ଶିଶୁ ଓ କିଶୋରୀ ବାଳିକାମାନେ ଶୁଖିଲା ଖାଦ୍ୟ ମଧ୍ୟ ନେଉନାହାନ୍ତି।
୮୧ଦିନ ହେଲା ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା
ଗର୍ଭବତୀ, ପ୍ରସୂତି, ଶିଶୁ ନେଉ ନାହାନ୍ତି ଖାଦ୍ୟ
ଏ ସମ୍ପର୍କରେ ଅଙ୍ଗନବାଡ଼ି କର୍ମୀ ଲିଖିତ ଭାବେ ଜଣାଇବା ପରେ ସିଡିପିଓ ଏନେଇ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଓ ଉପଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି। ଅଙ୍ଗନବାଡ଼ି କର୍ମୀଙ୍କଠାରୁ ଆରମ୍ଭ କରି ସୁପରଭାଇଜର୍ ଓ ସିଡିପିଓ ବାରମ୍ବାର ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ବି ଗ୍ରାମବାସୀ ଜିଦ୍ରେ ଅଟଳ ରହିଛନ୍ତି। ଶିଶୁଙ୍କୁ ପଢ଼ିବାକୁ କେନ୍ଦ୍ରକୁ ଛାଡ଼ିବେ ନାହିଁ କି କୌଣସି ଖାଦ୍ୟସାମଗ୍ରୀ ଗ୍ରହଣ କରିବେ ନାହିଁ ବୋଲି ସେମାନେ ରୋକଠୋକ ଶୁଣାଇ ଦେଇଛନ୍ତି। ଏ ସମ୍ପର୍କରେ ଗାଁର ମୁରବି ନିର୍ମଳ ବାରିକ କହିଛନ୍ତି, ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ତିନିମାସ ହେଲା ବନ୍ଦ ରହିଛି। ନିଯୁକ୍ତି ପାଇଥିବା ସହାୟିକାଙ୍କୁ ଗାଁ ଲୋକେ ଗ୍ରହଣ କରୁନାହାନ୍ତି। ଗାଁରେ ପରମ୍ପରା ଅଛି, ଜାତିପ୍ରଥା ଅଛି। ଯଦି ସେ ଚାକିରି କରିଛି କରୁ, ଆମ ପିଲା ଅଙ୍ଗନବାଡ଼ି ଯିବେ ନାହିଁ ବୋଲି ସେ କହିଛନ୍ତି। ସିଡିପିଓ ଦୀପାଳି ମିଶ୍ର କହିଛନ୍ତି, ଗ୍ରାମବାସୀ ଅଙ୍ଗନବାଡ଼ି କେନ୍ଦ୍ରକୁ ପିଲାଙ୍କୁ ନ ଛାଡ଼ିବା ଓ ଖାଦ୍ୟ ଗ୍ରହଣ ନ କରିବା ସମ୍ପର୍କରେ ଅଙ୍ଗନବାଡ଼ି କର୍ମୀ ଲିଖିତ ଭାବେ ଜଣାଇଛନ୍ତି। ଏ ନେଇ ଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ ଅବଗତ କରିଛୁ। ଗାଁରେ ବାରମ୍ବାର ପହଞ୍ଚି ଲୋକଙ୍କୁ ବୁଝାଇଛୁ। ମାତ୍ର ଗ୍ରାମବାସୀ ପିଲାଙ୍କୁ ଛାଡ଼ୁନାହାନ୍ତି କି କୌଣସି ଖାଦ୍ୟ ଗ୍ରହଣ କରୁନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/10/anganawadi-2026-02-10-02-00-06.jpg)