ପୁତୁରାର ପରିବାରକୁ ଶେଷ କରିଦେଲା କକା: ଶାବଳରେ ପିଟି ୪ ଜଣଙ୍କୁ ହତ୍ୟା, ଅଭିଯୁକ୍ତର ଆତ୍ମସମର୍ପଣ

Advertisment
ଦମ୍ପତିଙ୍କ ଆତ୍ମହତ୍ୟା, ବନ୍ଦ ଘରୁ ମୃତଦେହ ଉଦ୍ଧାର

ବରଗଡ଼: ବରଗଡ଼ ଜିଲ୍ଲାରେ ପୁଣି ଘଟିଛି ଗଣହତ୍ୟା। ସୋମବାର ଭଟଲି ବ୍ଲକ୍‌ ଝିକିଝିକି ଗାଁରେ ଜମିବାଡ଼ି ବିବାଦକୁ ନେଇ ଏହି ନାରକୀୟ କାଣ୍ଡ ଘଟିଛି। ପୁତୁରାର ପୂରା ପରିବାରକୁ ସଫା କରିଦେଇ କକା ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛି। ହତ୍ୟାକାରୀ ହେଲା, ଶିବ ବାଗ (୫୮ ବର୍ଷ)। ଶିବ ନିଜର ପୁତୁରା ଗୁରୁଦେବ ବାଗ (୫୫ ବର୍ଷ), ତାଙ୍କ ପତ୍ନୀ ଶିବାଗ୍ରୀ ବାଗ (୪୮ ବର୍ଷ), ପୁଅ ଚୂଡ଼ାମଣି ବାଗ (୧୫ ବର୍ଷ) ଓ ଝିଅ ଶ୍ରାବଣୀ ବାଗ (୧୦ ବର୍ଷ)ଙ୍କୁ ଅତି ନୃଶଂସଭାବେ ହତ୍ୟା କରିଛି। ପୁଲିସ ସୂଚନା ଅନୁସାରେ, ଶିବ ଓ ଗୁରୁଦେବଙ୍କ ମଧ୍ୟରେ ବହୁଦିନରୁ ଜମିକୁ ନେଇ ବିବାଦ ଲାଗି ରହିଥିଲା। ଉଭୟେ ଗୋଟିଏ ଘରେ ରହୁଥିଲେ। ଗତକାଲି ଘର ଭିତ‌ରେ ପାଇଖାନା ନିର୍ମାଣକୁ ନେଇ ଉଭୟଙ୍କ ଭିତରେ ବଚସା ହୋଇଥିଲା। ସମାଧାନ ପାଇଁ ଗାଁର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଆପୋସ ବୁଝାମଣା ପାଇଁ ବୈଠକ ବସିଥିଲା। ହେଲେ, ସେଠାରେ ଗୁରୁଦେବ ଏକ ଭୁଜାଲିରେ ଶିବଙ୍କୁ ଭୟଭୀତ କରିବା ସହ ହତ୍ୟା ଧମକ ଦେଇଥିଲେ। ସଭାରେ ଉପସ୍ଥିତ ଥିବା ଲୋକେ ପ୍ରାଣ ବିକଳରେ ବୈଠକସ୍ଥଳ ଛାଡ଼ି ଚାଲିଯାଇଥିଲେ। ଦିନ ୧୧ଟା ବେଳେ ଘର ଭିତରେ ଶିବ ଓ ଗୁରୁଦେବଙ୍କ ମଧ୍ୟରେ ପୁଣିଥରେ ଗଣ୍ଡଗୋଳ ହୋଇଥିଲା। ଏହିସମୟରେ ଶିବ ହଠାତ୍‌ ଏକ ଶାବଳରେ ଗୁରୁଦେବଙ୍କୁ ମୁଣ୍ଡରେ ମାଡ଼ ମାରିଥିଲେ।

ଗୁରୁଦେବ ସେଠାରେ ଟଳି ପଡ଼ିବାପରେ ତାଙ୍କ ସ୍ତ୍ରୀ ଶିବାଗ୍ରୀ, ପୁଅ ଚୂଡ଼ାମଣି ଓ ଝିଅ ଶ୍ରାବଣୀକୁ ମଧ୍ୟ ଶାବଳରେ ପିଟିପିଟି ହତ୍ୟା କରିଥିଲେ। ଚାରି ଜଣଙ୍କ ଶବକୁ ସେ ଗୁହାଳ ପାଖରେ ଥିବା କୋଠରିରେ ପକାଇ ଶିକୁଳି ଦେଇଥିଲେ। ହେଲେ, ଘଟଣା ସଂପର୍କରେ ଆଖପାଖ ଲୋକ ବି ଟେର୍‌ ପାଇନଥିଲେ। ମଙ୍ଗଳବାର ସକାଳୁ ଅଭିଯୁକ୍ତ ଶିବ ଘଟଣା ସଂପର୍କରେ ପ୍ରଥମେ ସ୍ଥାନୀୟ ୱାର୍ଡମେମ୍ବରଙ୍କୁ ଜଣାଇଥିଲା। ଏହାପରେ ଭଟଲି ପୁଲିସ୍‌କୁ ଖବର ଦିଆଯିବା ସହିତ ଅଭିଯୁକ୍ତ ଶିବ ପୁଲିସ୍‌ ପାଖକୁ ଯାଇ ଆତ୍ମସମର୍ପଣ କରିଥିଲା। ପ୍ରକାଶଥାଉ କି, ଗତ ମାସ ୧୮ ତାରିଖ ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ୍‌ ଆଖିଫୁଟା ଗାଁରେ ଗଣହତ୍ୟା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe