ସମ୍ବଲପୁରରେ ଅଗ୍ନିବୀର ପ୍ରଶିକ୍ଷାର୍ଥୀଙ୍କୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁରରେ ସ୍କୁଟିରେ ବୁଲି ଚା’ ପିଇଲେ, ବିଭିନ୍ନ ଦୋକାନରୁ ଜିନିଷ କିଣିଲେ

ସମ୍ବଲପୁରରେ ଅଗ୍ନିବୀର ପ୍ରଶିକ୍ଷାର୍ଥୀଙ୍କୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ଲୋକସଭା ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଜି ସମ୍ବଲପୁରରେ ସ୍କୁଟିରେ ବୁଲିୁଥିବା ଦେଖିବାକୁ ମିଳିଥିଲା। ସକାଳେ ଶ୍ରୀ ପ୍ରଧାନ ସ୍କୁଟି ଚଳାଉଥିବା ବେଳେ ଜିଲ୍ଲା ସଭାପତି ଗିରୀଶ ପଟେଲ ତାଙ୍କ ପଛପଟେ ବସି ସହରରେ ବୁଲିଥିଲେ। ଗୋଲବଜାର ପାଖ ବୈଦ୍ୟନାଥ ଛକରେ ଥିବା ପ୍ରମୋଦ ବାରିକଙ୍କ ଦୋକାନରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଚା’ ପିଇଥିଲେ । ପ୍ରାୟ ୫୦ ବର୍ଷର ଏହି ପୁରୁଣା ଦୋକାନରେ ଅନେକ ବନ୍ଧୁଙ୍କୁ ଭେଟି ଖୁସିବ୍ୟକ୍ତ କରିଥିଲେ କେନ୍ଦ୍ରମନ୍ତ୍ରୀ। ଏହି ଅବସରରେ ସାଧାରଣ ବ୍ୟକ୍ତିଙ୍କ ପରି କେନ୍ଦ୍ରମନ୍ତ୍ରୀ ବିଭିନ୍ନ ଦୋକାନରୁ ସାମଗ୍ରୀ କିଣାକିଣି କରିବା ସହ ଆତିଥେୟତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହା ପୂର୍ବରୁ ସେ ବୀର ସୁରେନ୍ଦ୍ର ସାଏ ଡିଫେନ୍ସ ଟ୍ରେନିଂ ଏକାଡେମୀକୁ ଯାଇ ଅଗ୍ନିବୀର ପାଇଁ ପ୍ରଶିକ୍ଷାର୍ଥୀମାନଙ୍କୁ ଭେଟିଥିଲେ। ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ବୀରତ୍ୱର ଜ୍ୱଳନ୍ତ ପ୍ରତୀକ ଥିଲେ । ବୀର ସୁରେନ୍ଦ୍ର ସାଏଙ୍କ ପାଖରେ ପ୍ରଚଣ୍ଡ ରାଷ୍ଟ୍ରପ୍ରେମ। ତାଙ୍କ ବୀରତ୍ୱ ଓ ବିଚାରରେ ଅନୁପ୍ରାଣିତ ହୋଇ ଅଗ୍ନିବୀରର ଯୁବଶକ୍ତିମାନେ ଆଗାମୀ ଦିନରେ ଦେଶର ସୈନିକ ଶକ୍ତିକୁ ସୁଦୃଢ଼ କରିବା ସହ ବିକଶିତ ଭାରତର ନେତୃତ୍ୱ ନେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମ ଦେଶ ଏକ ମହାଶକ୍ତି ଭାବେ ପରିଗଣିତ ହେଉଛି। ସମ୍ବଲପୁରରେ ବିଶେଷ ଭାବରେ ଅଗ୍ନିବୀରରେ ଭର୍ତ୍ତି ହେବା ପାଇଁ ନାରୀଶକ୍ତିଙ୍କ ଆଗ୍ରହ ମୋତେ ଉତ୍ସାହିତ କରିଛି । ସେନାରେ କିପରି ଅଧିକରୁ ଅଧିକ ଯୁବଶକ୍ତି ସାମିଲ ହୋଇ ଦେଶର ରକ୍ଷା ଦିଗରେ କାମ କରିପାରିବେ, ସେହି ଲକ୍ଷ୍ୟ ନେଇ ସେନାରେ ଅବସରର ବୟସ ସୀମା ହ୍ରାସ କରାଯାଇଛି। ଯୁବଶକ୍ତିଙ୍କୁ ଅଗ୍ନିବୀର ଭାବେ ଭର୍ତ୍ତି କରାଯାଉଛି । ଏହାର ସୁଯୋଗ ପ୍ରଶିକ୍ଷାର୍ଥୀମାନେ ନିଅନ୍ତୁ। ସେହିପରି ଏଠାରେ ପ୍ରଶିକ୍ଷଣ ନେଉଥିବା ଖେଳାଳି ମାନଙ୍କ ସହ ଆଲୋଚନା ବେଳେ କହିଛନ୍ତି, ସମ୍ବଲପୁର ହେଉଛି ଫୁଟବଲ, କବାଡି ପରି ସ୍ପୋର୍ଟସର ଅନ୍ତୁଡ଼ିଶାଳ । ୨୦୩୬ରେ ହେବାକୁ ଥିବା ଅଲମ୍ପିକ୍ସରେ ଯେପରି ସମ୍ବଲପୁର ପଦକ ଆଣିବ, ସେ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବା । ଭାରତୀୟ ଦଳରେ ସାମିଲ ହୋଇ ସମ୍ବଲପୁରର ଖେଳାଳି ପଦକ ଆଣି ଜିଲ୍ଲା ଓ ଦେଶକୁ ଗୌରାବାନ୍ୱିତ କରିବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe