ରଥଯାତ୍ରା ଅବସରରେ ଖାଦ୍ୟ ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ

ରଥଯାତ୍ରା ଅବସରରେ ଖାଦ୍ୟ ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ

ପୁରୀ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସହ ରଥଯାତ୍ରାରେ ସାମିଲ ହୋଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଓଡ଼ିଶାବାସୀଙ୍କ ପାଇଁ ମଙ୍ଗଳ କାମନା କରିଛନ୍ତି। ସେହିପରି ରଥଯାତ୍ରା ଅବସରରେ ଏକ ଭିଡିଓ ବାର୍ତ୍ତା ଜାରି କରି ଓଡ଼ିଶାର ଜନସାଧାରଣଙ୍କୁ ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଆ ପରମ୍ପରାକୁ ବିଶ୍ୱବାସୀଙ୍କ ପାଖରେ ପହଞ୍ଚାଇବା ପାଇଁ ଉଦ୍ୟମ କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ବଡଦାଣ୍ଡରେ ଭକ୍ତଙ୍କୁ ଖାଦ୍ୟ ବାଣ୍ଟିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ବଡ଼ଦାଣ୍ଡରେ ଆଧ୍ୟାତ୍ମିକ ପରିବେଶ ଭିତରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସହ ମହାଆନନ୍ଦରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଟାଣିବାର ସୌଭାଗ୍ୟ ପାଇଲି । ତାଙ୍କ ଡୋରି ଲାଗିଲେ ହିଁ ଏଭଳି ଯାତ୍ରାକୁ ଦେଖିବାର ସୁଯୋଗ ମିଳେ। ରଥଯାତ୍ରା ହେଉଛି, ସବୁ ଓଡ଼ିଆଙ୍କ ଭାବାବେଗର ମହାନ ପର୍ବ। ମହାପ୍ରଭୁଙ୍କ ସହ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭକ୍ତିପୂର୍ଣ୍ଣ ପରିବେଶରେ ଏକାକାର ହେବାର ଅନନ୍ୟ ଯାତ୍ରା ହେଉଛି ଘୋଷଯାତ୍ରା। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍ କି ବାତ୍’ରେ ପୁରୀର ପ୍ରସିଦ୍ଧ ରଥଯାତ୍ରା ଉପରେ ଆଲୋଚନା କରିଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe