ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ବି‌ଶ୍ବେଶ୍ବର

Advertisment

ମୟୂରଭଞ୍ଜରେ ଖୋଲିବ ଆର୍ମି ସ୍କୁଲ୍‌ ଓ କ୍ୟାଣ୍ଟିନ୍

ମୟୂରଭଞ୍ଜରେ ଖୋଲିବ ଆର୍ମି ସ୍କୁଲ୍‌ ଓ କ୍ୟାଣ୍ଟିନ୍

ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ବି‌ଶ୍ବେଶ୍ବର

ବାରିପଦା: ଆଜି ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଇଂ. ବି‌ଶ୍ବେଶ୍ବର ଟୁଡୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ’ଙ୍କୁ ଭେଟି ମୟୂରଭଞ୍ଜ ଜିଲ୍ଲାର ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିଛନ୍ତି। ମୁଖ୍ୟତଃ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବ୍ୟବହୃତ ହେଉଥିବା ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ୍‌ର ପୁନରୁଦ୍ଧାର ପାଇଁ ଶ୍ରୀ ଟୁଡୁ ଅନୁରୋଧ କରିଥିଲେ। ଏଥି ନିମନ୍ତେ ରହିଥିବା ବିଭିନ୍ନ ସମସ୍ୟା ଦୂର କରାଯିବ। ରାଜ୍ୟ ସରକାରଙ୍କ ଦ୍ବାରା ଜମି ଅଧିଗ୍ରହଣ କରି କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କଲେ ଏହାର ଉନ୍ନତୀକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ବୋଲି ମଧ୍ୟ କହିଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ଏକ ନୂତନ ସୈନିକ ସ୍କୁଲ୍‌ ଖୋଲିବା ପାଇଁ ବହୁ ଦିନରୁ ଉଠୁଥିବା ଦାବି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଆଲୋଚନା କରିଥିଲେ। ଆସନ୍ତା ଜୁନ୍ ଓ ଜୁଲାଇ ମାସ ବେଳକୁ ସୈନିକ ସ୍କୁଲ୍‌ ନିର୍ମାଣ ପ୍ରକ୍ରିୟାର ପଥ ପରିଷ୍କାର ହୋଇଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ। ମୟୂରଭଞ୍ଜ ରାଜ୍ୟର ଏକ ବୃହତ୍ ଜିଲ୍ଲା। ବହୁ ସୈନିକ ଦେଶ ସେବାରେ ନିୟୋଜିତ ଥିଲେ ଏବଂ ଏବେ ଅଛନ୍ତି। ମାତ୍ର ଏଠାରେ ଏକ ଆର୍ମି କ୍ୟାଣ୍ଟିନ୍‌ ନାହିଁ। ଫଳରେ ଚାନ୍ଦିପୁର, ବାଲେଶ୍ବର ଉପରେ ନିର୍ଭର କରିବାକୁ ପଡୁଛି। ତେଣୁ ମୟୂରଭଞ୍ଜ ଜିଲ୍ଲାରେ ଏକ ଆର୍ମି କ୍ୟାଣ୍ଟିନ୍ ଖୋଲିବା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଅନୁରୋଧ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ମଧ୍ୟ ତାକୁ ମଧ୍ୟ ଗୁରୁତର ସହ ନେବା ସହ ନେଇଥିବା କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବରଙ୍କ ମୟୂରଭଞ୍ଜ କା‌ର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ୍‌ ଇସ୍ତାହାରରେ ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe