ଆଇଆଇଏମ,ସମ୍ବଲପୁରର ନୂତନ ସ୍ଥାୟୀ କ୍ୟାମ୍ପସ ବୁଲିଲେ କେନ୍ଦ୍ରମନ୍ତ୍ରୀ

 ଆଇଆଇଏମ, ସମ୍ବଲପୁର ଓଡ଼ିଶାକୁ ମ୍ୟାନେଜମେଂଟ୍ ଦୁନିଆରେ ନୂଆ ପରିଚୟ ଦେବ- ଧର୍ମେନ୍ଦ୍ର ପ୍ରଧାନ

ଆଇଆଇଏମ,ସମ୍ବଲପୁରର ନୂତନ ସ୍ଥାୟୀ କ୍ୟାମ୍ପସ ବୁଲିଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଆଇଆଇଏମ୍‌, ସମ୍ବଲପୁରର ନିର୍ମାଣାଧୀନ ନୂତନ ସ୍ଥାୟୀ କ୍ୟାମ୍ପସକୁ ପରିଦର୍ଶନ କରିବା ସହ ବିକାଶର ତୀର୍ଥ ଭଳି ନିର୍ମାଣ ହେଉଥିବା ଏହି କ୍ୟାମ୍ପସ ଓଡ଼ିଶାକୁ ମ୍ୟାନେଜମେଂଟ ଦୁନିଆରେ ନୂଆ ପରିଚୟ ଦେବ ବୋଲି କହିଛନ୍ତି।

ଓଡ଼ିଶା ଏବଂ ସମ୍ବଲପୁରର ମହାନ ସଂସ୍କୃତି ଓ ଐତିହ୍ୟ ଅନୁସାରେ ଏହି କ୍ୟାମ୍ପସକୁ ବିକଶିତ କରିବା ପାଇଁ ଶ୍ରୀ ପ୍ରଧାନ ସ୍ଥାନୀୟ ପ୍ରଶାସନ ଓ ଆଇଆଇଏମ୍‌ କର୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୮ ବର୍ଷ ଶାସନରେ ଶିକ୍ଷା ସମେତ ସବୁ କ୍ଷେତ୍ରରେ ବିକାଶମୂଳକ କାମ ହେଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଆଜି ସେ ଆଇଆଇଏମ୍‌, ସମ୍ବଲପୁରର ନିର୍ମାଣାଧୀନ ନୂତନ ସ୍ଥାୟୀ କ୍ୟାମ୍ପସ ବୁଲି ଦେଖିବା ସହିତ ଆଇଆଇଏମ୍‌ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସକଙ୍କ ସହ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଆଲୋଚନା କରିଥିଲେ।

ଓଡ଼ିଶା ଏବଂ ସମ୍ବଲପୁରର ମହାନ ସଂସ୍କୃତି ଓ ଐତିହ୍ୟ ଅନୁସାରେ କ୍ୟାମ୍ପସକୁ ବିକଶିତ କରିବାକୁ ପରାମର୍ଶ

ବିଶ୍ୱ ପରିବେଶ ଦିବସରେ କ୍ୟାମ୍ପସ ପରିସରରେ ବୃକ୍ଷରୋପଣ ସହ ଚାରା ବଂଟନ କଲେ କେନ୍ଦ୍ରମନ୍ତ୍ରୀ

କ୍ୟାମ୍ପସକୁ ସବୁଜ ସୁନ୍ଦର ରଖିବା ପାଇଁ ବ୍ୟାପକ ବୃକ୍ଷରୋପଣ କରିବାକୁ ପରାମର୍ଶ

 ଚିପିଲିମା ଗୋଶାଳାସ୍ଥିତ ସୈନିକ ସ୍କୁଲ ପରିଦର୍ଶନ କଲେ

ବିକାଶର ତୀର୍ଥ ଭଳି ନିର୍ମାଣ ହେଉଥିବା ଏହି ନୂତନ କ୍ୟାମ୍ପସ ରାଜ୍ୟ ଓ ଦେଶର ଛାତ୍ରଛାତ୍ରୀ ମାନଙ୍କ ଆକାଂକ୍ଷାକୁ ପୂରଣ କରିବ । ଯୁବଶକ୍ତିର ସାମର୍ଥ୍ୟକୁ ଅଧିକ ମଜବୁତ୍ କରିବ। କଳା, ସଂସ୍କୃତି ଓ ପରମ୍ପରାର ଅନ୍ୟତମ ଭୂମି ହେଉଛି ସମ୍ବଲପୁର। ତେଣୁ, ରାଜ୍ୟ ତଥା ଦେଶର କଳା, ସଂସ୍କୃତି ଓ ଐତିହ୍ୟକୁ ଆଦୃତ କରିବା ଦିଗରେ ଏହି କ୍ୟାମ୍ପସକୁ ବିକଶିତ କରାଯିବା ଉଚିତ୍। ଶ୍ରୀ ପ୍ରଧାନ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ସମ୍ବଲପୁର ଜିଲ୍ଲାର କୃଷି ଏବଂ ଶିଳ୍ପ ଅର୍ଥନୀତିର ସମ୍ଭାବନାକୁ ବୁଝିବା ପାଇଁ ପ୍ରଧ୍ୟାପକ ମାନଙ୍କୁ ପରାମର୍ଶ ଦେଇଥିଲେ। ବିଶ୍ୱ ପରିବେଶ ଦିବସ ଅବସରରେ କ୍ୟାମ୍ପସ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହେବା ସହ ପ୍ରାଧ୍ୟାପକ ମାନଙ୍କୁ ଚାରା ବଣ୍ଟନ କରିଥିଲେ। କ୍ୟାମ୍ପସକୁ ସବୁଜ ସୁନ୍ଦର ରଖିବା ପାଇଁ ଏଠାରେ ବ୍ୟାପକ ବୃକ୍ଷରୋପଣ କରିବାର ଦାୟିତ୍ୱ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏହା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଚିପିଲିମା ଗୋଶାଳାସ୍ଥିତ ସୈନିକ ସ୍କୁଲ ପରିଦର୍ଶନ କରିଥିଲେ। ବିଦ୍ୟାଳୟରେ ଅଧିକ ଛାତ୍ରୀମାନେ ନାମ ଲେଖାଉଥିବା ଜାଣି ଖୁସିବ୍ୟକ୍ତ କରିଥିଲେ। ଏହି ଅବସରରେ ସମ୍ବଲପୁର ଲୋକସଭା ସାଂସଦ ନିତେଶ ଗଂଗଦେବ, ରେଂଗାଲି ବିଧାୟକ ନାଉରୀ ନାୟକ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe