ମହିମାମଣିଦେବଙ୍କ ନିଆରା ଘୋଷଯାତ୍ରା: ମନ୍ଦିର ଢାଞ୍ଚାରେ ହୁଏ ରଥ

Advertisment

ବାଉଁଶରେ ଟଣାହୁଏ

ବାଉଁଶରେ ଟଣାହୁଏ

ମହିମାମଣିଦେବଙ୍କ ନିଆରା ଘୋଷଯାତ୍ରା: ମନ୍ଦିର ଢାଞ୍ଚାରେ ହୁଏ ରଥ

ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ରଗଡ଼ି ପଞ୍ଚାୟତରେ ବିଜେ ଶ୍ରୀମହିମାମଣି ଦେବଙ୍କ ରଥଯାତ୍ରାର ନିଆରା ପରମ୍ପରା ରହିଆସିଛି। ୧୬୮୧ ମସିହାରେ ନିର୍ମାଣ କରାଯାଇଥିବା ଏହି ମନ୍ଦିରରେ କେବଳ ଶ୍ରୀଜଗନ୍ନାଥ ମହିମାମଣି ରୂପରେ ପୂଜା ପାଇଥା’ନ୍ତି। ଏଠାରେ ରଥଯାତ୍ରା ଅନ୍ୟ ସ୍ଥାନ‌ଠାରୁ ସ୍ବତନ୍ତ୍ର। ଠିକ୍‌ ମନ୍ଦିର ଢାଞ୍ଚାରେ କେବଳ ମହିମାମଣିଙ୍କ ରଥ ନିର୍ମାଣ କରାଯାଏ। ସେହିପରି ରଥ ଟାଣିବା ପାଇଁ ଆବହମାନ କାଳରୁ କତା ଦଉଡ଼ି ପରିବର୍ତ୍ତେ ନୂଆ ଶକ୍ତ ବାଉଁଶ ବ୍ୟବହାର କରାଯାଇଥାଏ। ବାଉଁଶର ଗୋଟିଏ ମୁଣ୍ଡକୁ ଦୁଇଫାଳ କରି ରଥରେ ବନ୍ଧାଯାଏ। ଅନ୍ୟପାର୍ଶ୍ବକୁ ଭକ୍ତମାନେ ଧରି ରଥ ଟାଣିଥା’ନ୍ତି। ମହିମାମଣିଦେବଙ୍କ ବାହୁଡ଼ା ଯାତ୍ରା ପୁରୀ ବାହୁଡା ଯାତ୍ରାର ପରଦିନ ହେବାର ପରମ୍ପରା ରହିଆସିଛି।

କିମ୍ବଦନ୍ତୀ ଅନୁସାରେ ବର୍ଗୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ପୁରୀ ଗଜପତି ବୌଦ୍ଧରେ ଅବସ୍ଥାନ କରିଥିଲେ। ଏହି ସମୟରେ ଗଜପତିଙ୍କ ନିତ୍ୟପୂଜା ପାଇଁ ବୌଦ୍ଧ ରାଜା ମହିମାମଣିଙ୍କ ବିଗ୍ରହ ନିର୍ମାଣ କରିଥିଲେ। ପରବର୍ତ୍ତୀ ସମୟରେ ବାଙ୍କୀ ରାଜା ବୌଦ୍ଧ ରାଜକନ୍ୟାଙ୍କୁ ବିବାହ କରିଥିଲେ। ବୌଦ୍ଧ ରାଜା ଏହି ବିଗ୍ରହଙ୍କୁ ଉପହାର ସ୍ବରୁପ ବାଙ୍କୀ ରାଜାଙ୍କୁ ପ୍ରଦାନ କରିଥିଲେ। ବାଙ୍କୀ ରାଜା ମହିମାମଣିଙ୍କ ମନ୍ଦିର ନିର୍ମାଣ କରି ସେହି ବିଗ୍ରହଙ୍କୁ ସ୍ଥାପନ କରିଥିଲେ। ମହିମାମଣି ଦେବଙ୍କ ପ୍ରତିମାଙ୍କ ଉଚ୍ଚତା ପୁରୀ ଶ୍ରୀମନ୍ଦିରରେ ଅବସ୍ଥାପିତ ଶ୍ରୀବିଗ୍ରହଙ୍କ ପ୍ରତିମା ସହ ସାମଞ୍ଜସ୍ୟ ରହିଛି ବୋଲି ମନ୍ଦିର ସେବାୟତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe