ପୋଷ୍ୟ ସନ୍ତାନ ଗ୍ରହଣ କଲେ ଉତ୍ତରପ୍ରଦେଶ ଦମ୍ପତ୍ତି

Advertisment

ହସ୍ତାନ୍ତର କଲେ ଜିଲ୍ଲାପାଳ, ଖୁସିରେ କୋଳେଇ ନେଲେ 

ହସ୍ତାନ୍ତର କଲେ ଜିଲ୍ଲାପାଳ, ଖୁସିରେ କୋଳେଇ ନେଲେ 

ପୋଷ୍ୟ ସନ୍ତାନ ଗ୍ରହଣ କଲେ ଉତ୍ତରପ୍ରଦେଶ ଦମ୍ପତ୍ତି

ରାୟଗଡ଼ା: ପୋଷ୍ୟ ସନ୍ତାନ ପାଇଁ ୨୦୧୯ରୁ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଅନୁସନ୍ଧାନ ପ୍ରାଧିକରଣ (କାରା) କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଥିବା ଦମ୍ପତ୍ତିଙ୍କ ଆଶା ଆଜି ପୂରଣ ହୋଇଛି। ୩ ବର୍ଷର ଆବେଦନ ପରେ ଦୀର୍ଘ ୫ ମାସ ଧରି ସରକାରଙ୍କ ଦ୍ବାରା ଲାଳନ ପାଳନ ହେଉଥିବା ଶିଶୁ ପୁତ୍ରକୁ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଉତ୍ତରପ୍ରଦେଶ ଦମ୍ପତ୍ତି। ଭୁବନେଶ୍ବରରେ ରେଳ ବିଭାଗର ଏକ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ଅଧିକାରୀ ଓ ତାଙ୍କ ସ୍ତ୍ରୀ ଶିଶୁପୁତ୍ରକୁ ପାଇବା ପରେ ଆତ୍ମହରା ହୋଇ ପଡିଛନ୍ତି। କାରା କର୍ତ୍ତୃପକ୍ଷଙ୍କ ନିର୍ଦେଶରେ ରାୟଗଡ଼ା ଜିଲ୍ଲାପାଳ ସ୍ବଧାଦେବ ସିଂ ଶିଶୁ ପୁତ୍ରକୁ ହସ୍ତାନ୍ତର କରିଥିବା ବେଳେ ଖୁସିରେ କୋଳଇ ନେଇଛନ୍ତି ଉକ୍ତ ଦମ୍ପତି।

୨୦୨୨ ଫେବ୍ରୁଆରୀ ୨୬ ତାରିଖରେ ଜିଲ୍ଲା ପ୍ରଶାସନ, ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଉକ୍ତ ଶିଶୁଟିକୁ ରାୟଗଡ଼ା ସହର ରାମକୃଷ୍ଣ ନଗରର ଏକ ବୁଦାମୂଳରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ନବଜାତ ଶିଶୁକୁ ଚିକିତ୍ସା ପାଇଁ ରାୟଗଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। କିଛି ଦିନର ଚିକିତ୍ସା ପରେ ଶିଶୁଟି ସୁସ୍ଥ ହେବା ପରେ ଲାଳନ ପାଳନ ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରକୁ ପ୍ରଦାନ କରାଯାଇଥିଲା। ୫ ମାସ ଧରି ଶିଶୁଟି କେନ୍ଦ୍ର ଦ୍ବାରା ଲାଳନ ପାଳନ ହେଉଥିବା ବେଳେ ଆବେଦନ ଅନୁଯାୟୀ ଉତ୍ତରପ୍ରଦେଶ ଦମ୍ପତ୍ତିକୁ ପ୍ରଦାନ ପାଇଁ କାରା କର୍ତ୍ତୃପକ୍ଷ ନିର୍ଦେଶ ଦେଇଥିଲେ।

ସରକାରଙ୍କ ନିର୍ଦେଶ ମୁତାବକ ହସ୍ତାନ୍ତର ୧ ମାସ ପୂର୍ବରୁ କୋର୍ଟରେ ରେଜିଷ୍ଟ୍ରେସନ୍ ଓ ଅନ୍ୟାନ୍ୟ ପ୍ରକ୍ରିୟା ଶେଷ ହୋଇଥିଲା। ଆଜି ଶିଶୁ ପୁତ୍ର ହସ୍ତାନ୍ତର ସମୟରେ ଜିଲ୍ଲାପାଳ ସ୍ବଧାଦେବ ସିଂ, ଅତିରିକ୍ତ ଜିଲ୍ଲାପାଳ  ଧର୍ମାନନ୍ଦ ବେହେରା, ଜିଲ୍ଲା ଶିଶୁ  ସୁରକ୍ଷା ଅଧିକାରୀ  ରମେଶ ଚନ୍ଦ୍ର ନାୟକ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ  ରାଜକିଶୋର  ସାହୁ , ଆଇଡିଏସ ସ୍ଵେଚ୍ଛାସେବୀ ସଂସ୍ଥା ସମ୍ପାଦକ  ଦେବେନ୍ଦ୍ର କୁମାର ବେହେରା, ଡା.  ତିରୁପତି ପ୍ରସାଦ ପଟ୍ଟନାୟକ, ସଂସ୍ଥାର ପରିଚାଳକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe