ବ୍ରଏଲର କୁକୁଡ଼ା ବୋଝେଇ ଗାଡ଼ି ଓଲଟିଲା

Advertisment
ବ୍ରଏଲର କୁକୁଡ଼ା ବୋଝେଇ ଗାଡ଼ି ଓଲଟିଲା

ଚମ୍ପୁଆ: ୫୨୦ ନମ୍ବର ଜାତୀୟ ରାଜପଥର କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ ‌କଣ୍ଡରା ବୈତରଣୀ ପୋତଲ ନିକଟରେ ଏକ ବ୍ରଏଲର୍ କୁକୁଡ଼ା ବୋଝେଇ ଗାଡ଼ି ଓଲଟି ପଡ଼ିଛି। ଫଳରେ ବହୁ କୁକୁଡ଼ା ମରିବା ସହ ରାସ୍ତାଜାମ୍‌ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ,  ଆଜି ପ୍ରାୟ ସାଢ଼େ ୧୨ଟା ସମୟରେ ବ୍ରଏଲର୍ କୁକୁଡ଼ା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ (ଜେଏଚ୍‌-୦୧-ସିଜେଡ୍‌-୧୯୭୯) ଯୋଡ଼ା ଅଭିମୁଖେ ଯାଉଥିଲା।

କଣ୍ଡରା ବୈତରଣୀ ପୋଲ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ରାସ୍ତାରେ କିଛି ସମୟ ପାଇଁ ଗା‌ଡ଼ିମୋଟର ଅଟକି ରହିଥିଲା। ଦୁର୍ଗଟଣାଗ୍ରସ୍ତ ଗାଡ଼ିକୁ ରାସ୍ତାରୁ ହଟାଯିବା ପରେ ଗାଡ଼ିମୋଟର ଚଳାଚଳ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe