୧୩ ବର୍ଷ ପରେ ରାୟ: କନ୍ଧମାଳ ଦଙ୍ଗା ମାମଲାର ୩୦ ଅଭିଯୁକ୍ତଙ୍କୁ ଜେଲ୍‌ଦଣ୍ଡ

Advertisment
୭୦ ବର୍ଷୀୟା ମହିଳାଙ୍କୁ ଆଜୀବନ ଜେଲ୍‌ଦଣ୍ଡ

www.timesnownews.com

ଫୁଲବାଣୀ/କୋଟଗଡ଼ : ବହୁଚର୍ଚ୍ଚିତ ୨୦୦୮ କନ୍ଧମାଳ ଦଙ୍ଗା ମାମଲାର ବିଚାର କରି ଆଜି କୋଟଗଡ଼ ଜେଏମ୍‌ଏଫ୍‌ସି କୋର୍ଟ ସମସ୍ତ ସାକ୍ଷ୍ୟପ୍ରମାଣ ଆଧାରରେ ୩୦ ଜଣ ଅଭିଯୁକ୍ତଙ୍କୁ ୨ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ସହ ପ୍ରତ୍ୟେକଙ୍କୁ ୧ ହଜାର ଟଙ୍କା ଲେଖାଏଁ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ସ୍ଥଳେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ କୋର୍ଟ ଚୂଡ଼ାନ୍ତ ରାୟରେ ଉଲ୍ଲେଖ କରିଛନ୍ତି। ଦଙ୍ଗାର ୧୩ ବର୍ଷ ପରେ ଆଜି ଏହି ରାୟ ପ୍ରକାଶ ପାଇଛି।

ସଜା ହୋଇଥିବା ୩୦ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୫ ଜଣ ଅଭିଯୁକ୍ତ ଅନୁପସ୍ଥିତ ଥିବାରୁ ସେମାନଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି। ଆଜି ରାୟ ଘୋଷଣା ବେଳେ ୨୪ ଜଣ ଅଭିଯୁକ୍ତ କୋର୍ଟରେ ଉପସ୍ଥିତ ଥିଲେ। ମାତ୍ର, ଅଭିଯୋଗକାରୀ ଅତୁଲଙ୍କର ଏହା ମଧ୍ୟରେ ଦେହାନ୍ତ ହୋଇ ସାରିଛି। ଦୀର୍ଘବର୍ଷ ପରେ ଆଜି ମାମଲାର ରାୟ ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ ଆଇନଜୀବୀ ସବିତା ସାମନ୍ତରାୟ ମାମଲା ପରିଚାଳନା କରିଥିଲେ। ବିଚାରପତି ଅନୁରାଗ ଦେହୁରୀ ମାମଲାର ବିଚାର କରିଥିଲେ।

ସୂଚନାଯୋଗ୍ୟ, ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡ ପରେ ପରେ କନ୍ଧମାଳରେ ଦଙ୍ଗା ସୃଷ୍ଟି ହୋଇଥିଲା। ୨୦୦୮ ମସିହା ସେପ୍‌ଟେମ୍ବର ୨ ତାରିଖରେ କୋଟଗଡ଼ ଥାନା ଅନ୍ତର୍ଗତ ବଣ୍ଡାପିପିଲି ଗ୍ରାମର ଅତୁଲ ପରିଚ୍ଛାଙ୍କୁ କିଛି ଲୋକ ଘରେ ପଶି ଭଙ୍ଗାରୁଜା କରିବା ସହ ସଂଘବଦ୍ଧ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ନେଇ କୋଟଗଡ଼ ଥାନାରେ ଏତଲା ଦେଇଥିଲେ। ଏତଲା ପରେ କୋଟଗଡ଼ ପୁଲିସ କେସ ନଂ ୩୩/୨୦୦୮ରେ ମାମଲା ରୁଜୁ କରିଥିଲା। ଆକ୍ରମଣକାରୀମାନେ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ଅତୁଲ ପରିଚ୍ଛ‌ା ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe