ଭିଡିଓ କନ୍‌ଫରେନ୍ସରେ ସମାଧାନ ହୋଇଛି ୪୪୦ ବୀମା ଅଭିଯୋଗ

Advertisment

୯୦ ପ୍ରତିଶତ ଅଭିଯୋଗ କରିଛନ୍ତି ସହରାଞ୍ଚଳ ବୀମାଧାରୀ

୯୦ ପ୍ରତିଶତ ଅଭିଯୋଗ କରିଛନ୍ତି ସହରାଞ୍ଚଳ ବୀମାଧାରୀ

ଭିଡିଓ କନ୍‌ଫରେନ୍ସରେ ସମାଧାନ ହୋଇଛି ୪୪୦ ବୀମା ଅଭିଯୋଗ

ଭୁବନେଶ୍ବର: କରୋନା କଟକଣା ସତ୍ତ୍ବେ ଚଳିତ ଆର୍ଥିକ ବର୍ଷ ସୁଦ୍ଧା ବୀମା ସମ୍ପର୍କିତ ୫୧୧ଟି ଅଭିଯୋଗ ମଧ୍ୟରୁ ୪୪୦ଟି ସମାଧାନ କରି ଆଦେଶ ଦିଆଯାଇଛି। ବୀମା ଲୋକପାଳ ପକ୍ଷରୁ ଏସବୁର ସମାଧାନ ପାଇଁ ବୀମାଧାରୀ ଓ ବୀମା କମ୍ପାନିକୁ ଡାକିବା ସମ୍ଭବ ନଥିଲା। ତେଣୁ ଭିଡିଓ କନ୍‌ଫରେନ୍ସ ଓ ଟେଲିଫୋନ ଜରିଆରେ ଏ ସମସ୍ତ ଅଭିଯୋଗର ସମାଧାନ କରାଯାଇଛି। ସମସ୍ତ ଅଭିଯୋଗର ସମାଧାନ ନିୟମ ମୁତାବକ ୯୦ ଦିନ ମଧ୍ୟରେ କରାଯାଇଛି ବୋଲି ବୀମା ଲୋକପାଳ ସୁରେଶ ଚନ୍ଦ୍ର ପଣ୍ଡା କହିଛନ୍ତି। ଶ୍ରୀ ପଣ୍ଡାଙ୍କ ସୂଚନା ମୁତାବକ, ୨୦୧୯-୨୦୨୦ ଆର୍ଥିକ ବର୍ଷରେ ୧୨୦୦ ଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ୧୦୪୭ଟି ସମାଧାନ କରି ଆଦେଶ ଦିଆଯାଇଛି। ଏସବୁ ବିନା ଖର୍ଚ୍ଚରେ, ନିର୍ଦିଷ୍ଟ ସମୟ ମଧ୍ୟରେ ନିରପେକ୍ଷ ଭାବେ ସମାଧାନ ହୋଇଛି। ତେବେ ଆସିଥିବା ଅଭିଯୋଗ ମଧ୍ୟରୁ ୯୦ ପ୍ରତିଶତ ଅଭିଯୋଗ କେବଳ ସହରାଞ୍ଚଳରୁ ଆସିଛି। ୨୦୦୦ ମସିହା ମେ’ ୨୦ ତାରିଖରୁ ଭୁବନେଶ୍ବରସ୍ଥିତ ଫରେଷ୍ଟ ପାର୍କରେ ବୀମା ସମ୍ପର୍କିତ ଅଭିଯୋଗର ସମାଧାନ ପାଇଁ ବୀମା ଲୋକପାଳ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ଏଯାବତ ଗ୍ରାମାଞ୍ଚଳବାସୀ ଏହାର ସୁଫଳ ନେଇପାରୁ ନାହାନ୍ତି। ତେଣୁ ଗ୍ରାମାଞ୍ଚଳବାସୀ ଯଦି ବୀମା ସମ୍ପର୍କିତ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନେ ଲିଖିତ ଆକାରରେ ବୀମା ଲୋକପାଳରେ ଅଭ‌ିଯୋଗ କରି ନ୍ୟାୟ ପାଇପାରିବେ। ଏହି ଅଭିଯୋଗ କେବଳ ୩୦ ଲକ୍ଷ ବୀମା ରାଶି ମଧ୍ୟରେ ସୀମିତ ରହିଛି। ପରବର୍ତୀ ସମୟରେ ସର୍ବୋଚ୍ଚ ବୀମା ରାଶିର ସୀମା ବୃଦ୍ଧି କରିବା ନେଇ ଆଲୋଚନା ଚାଲିଛି ବୋଲି ସେ କହିଛନ୍ତି।

ଆଜି ବୀମା ଲୋକପାଳ ଦିବସ ୱେବିନାରରେ ଆୟୋଜିତ ହୋଇଥିବା ବେଳେ ସଚିବ ଶକୁନ୍ତଳା ମୁର୍ମୁ ଏବଂ ନୀଳମାଧବ ବେହେରା କହିଲେ, ବୀମା ଲୋକପାଳ ପୂର୍ବ ନିର୍ଧାରିତ ତାରିଖ ଅନୁସାରେ ଶୁଣାଣିର ବ୍ୟବସ୍ଥା କରି ଆସୁଛି। ଫଳରେ ନ୍ୟାୟ ପାଉଥିବା ଲୋକଙ୍କ ମଧ୍ୟରେ ଏହା ବିଶ୍ବାସ ଜନ୍ମାଇପାରିଛି। ଏହି ଆଧାରରେ ବୀମାଧାରିମାନଙ୍କୁ ଆଉ ବୀମା ସମସ୍ୟା ପାଇଁ ଚିନ୍ତିତ ହେବାକୁ ପଡ଼ୁନାହିଁ। ମାତ୍ର ଏ ବାବଦରେ ଯେତିକି ସଚେତନତା ସୃଷ୍ଟି ହେବା କଥା ହେଉନାହିଁ। ତେଣୁ ଏ ଦିଗରେ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe