ଗ୍ରାମସଭା ପାଲଟିଲା ରଣକ୍ଷେତ୍ର: କମ୍ପାନି ସମର୍ଥକ, ବିସ୍ଥାପିତ ମୁହାଁମୁହିଁ, ମାଡ଼ପିଟ, ଚୌକି ଭଙ୍ଗାରୁଜା

Advertisment

ଆଦାନୀକୁ ଆବଣ୍ଟିତ ସୁନ୍ଦରଗଡ଼ର ହେମଗିର ବ୍ଲକ୍‌ ବିଜାହାନ୍ କୋଇଲା ଖଣି ପାଇଁ ଆଜି ଡକାଯାଇଥିବା ଗ୍ରାମସଭା ପ୍ରବଳ ବିରୋଧ ଯୋଗୁ ବାତିଲ ହୋଇଯାଇଛି। ସଭା ଆରମ୍ଭ ହେଉଣୁ କମ୍ପାନି ସମର୍ଥକ ଓ ବିସ୍ଥାପିତଙ୍କ ମଧ୍ୟରେ ମାଡ଼ପିଟ ସାଙ୍ଗକୁ ଠେଲାପେଲା, ଚୌକି ଭଙ୍ଗାରୁଜା, ଟଣାଓଟରା ହୋଇଥିଲା।

ଆଦାନୀକୁ ଆବଣ୍ଟିତ ସୁନ୍ଦରଗଡ଼ର ହେମଗିର ବ୍ଲକ୍‌ ବିଜାହାନ୍ କୋଇଲା ଖଣି ପାଇଁ ଆଜି ଡକାଯାଇଥିବା ଗ୍ରାମସଭା ପ୍ରବଳ ବିରୋଧ ଯୋଗୁ ବାତିଲ ହୋଇଯାଇଛି। ସଭା ଆରମ୍ଭ ହେଉଣୁ କମ୍ପାନି ସମର୍ଥକ ଓ ବିସ୍ଥାପିତଙ୍କ ମଧ୍ୟରେ ମାଡ଼ପିଟ ସାଙ୍ଗକୁ ଠେଲାପେଲା, ଚୌକି ଭଙ୍ଗାରୁଜା, ଟଣାଓଟରା ହୋଇଥିଲା।

dsdsdxc

ସୁନ୍ଦରଗଡ଼: ଆଦାନୀକୁ ଆବଣ୍ଟିତ ସୁନ୍ଦରଗଡ଼ର ହେମଗିର ବ୍ଲକ୍‌ ବିଜାହାନ୍ କୋଇଲା ଖଣି ପାଇଁ ଆଜି ଡକାଯାଇଥିବା ଗ୍ରାମସଭା ପ୍ରବଳ ବିରୋଧ ଯୋଗୁ ବାତିଲ ହୋଇଯାଇଛି। ସଭା ଆରମ୍ଭ ହେଉଣୁ କମ୍ପାନି ସମର୍ଥକ ଓ ବିସ୍ଥାପିତଙ୍କ ମଧ୍ୟରେ ମାଡ଼ପିଟ ସାଙ୍ଗକୁ ଠେଲାପେଲା, ଚୌକି ଭଙ୍ଗାରୁଜା, ଟଣାଓଟରା ହୋଇଥିଲା। କ୍ଷତିପୂରଣ, ଥଇଥାନ, ପୁନର୍ବାସ ତଥା ନିଯୁକ୍ତି ବାବଦରେ କମ୍ପାନି ଆଗୁଆ ଲିଖିତ ସୂଚନା ନ ଦେଇ ସିଧାସଳଖ ଗ୍ରାମସଭା କରୁଥିବା ଅଭିଯୋଗ କରି ବିସ୍ଥାପିତ ପ୍ରବଳ ବିରୋଧ କରିଥିଲେ। ସଭାସ୍ଥଳ ରଣକ୍ଷେତ୍ର ପାଲଟି ଯାଇଥିଲା। ପୁଲିସ ସହ ମଧ୍ୟ ଠେଲାପେଲା ହୋଇଥିଲା। ଏହା ସତ୍ତ୍ବେ ସରପଞ୍ଚଙ୍କ ମାଧ୍ୟମରେ ଗ୍ରାମସଭା କରାଇ ନେବାକୁ କମ୍ପାନି କର୍ତ୍ତୃପକ୍ଷ ଉଦ୍ୟମ କରୁଥିବା ଦେଖି ବିସ୍ଥାପିତ ପ୍ରଜା ତାତିଥିଲେ। ସ୍ଥିତି ବିଗୁଡ଼ୁଥିବା ଦେଖି ହେମଗିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗ୍ରାମସଭାକୁ ବାତିଲ ଘୋଷଣା କରିଥିଲେ। ପୂର୍ବରୁ ବିଜାହାନ୍‌ ଅଞ୍ଚଳରେ ଜଙ୍ଗଲ ଉଜାଡ଼ି ବଲାଙ୍ଗୀର ଗନ୍ଧମାର୍ଦ୍ଦନରେ କ୍ଷତିପୂରକ ବନୀକରଣ କରିବାକୁ ଯୋଜନା କରୁଥିବା ଅଭିଯୋଗରେ ଆଦାନୀ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇଛି। 

କମ୍ପାନି ସମର୍ଥକ, ବିସ୍ଥାପିତ ମୁହାଁମୁହିଁ
ମାଡ଼ପିଟ, ଚୌକି ଭଙ୍ଗାରୁଜା
ଜମି ଅଧିଗ୍ରହଣ ସଭା ବାତିଲ 

ସୂଚନା ଅନୁସାରେ, ଆଦାନୀ ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ୍ସ କମ୍ପାନିକୁ ୨୦୨୨ରେ ହେମଗିର ବ୍ଲକ୍ ବିଜାହାନ୍‌ କୋଇଲା ଖଣି ଆବଣ୍ଟିତ ହୋଇଛି। ଖଣି ପାଇଁ ଝାରପଲମ ପଞ୍ଚାୟତ ବିଜାହାନ୍‌ ଗାଁରୁ ୨୫୦.୦୧୦ ଏକର ଓ ଭୋଗ୍ରାକଛାରରୁ ୧୮୮.୨୦୦ ଏକର ରୟତି ଜମି ଅଧିଗ୍ରହଣ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଜି ବିଜାହାନ୍‌ ଗାଁରେ ଗ୍ରାମସଭା ଡକାଯାଇଥିଲା। ହେମଗିର ଏବିଡିଓଙ୍କ ଉପସ୍ଥିତିରେ ଝାରପଲମ ସରପଞ୍ଚ ଚନ୍ଦ୍ରବ ମାଝୀଙ୍କ ଅଧ୍ୟକ୍ଷତାରେ ସଭା ଆରମ୍ଭ ହେବା କ୍ଷଣି ବିସ୍ଥାପିତମାନେ କମ୍ପାନିର କ୍ଷତିପୂରଣ, ଥଇଥାନ ଓ ପୁନର୍ବାସ ପ୍ୟାକେଜ୍‌ ନେଇ କାହିଁକି ଆଗୁଆ ସୂଚନା ଦିଆଗଲାନି ବୋଲି ପଚାରିବା ସହ ଗ୍ରାମସଭା ବାତିଲ ଦାବି କରିଥିଲେ। କିଛି ସମର୍ଥକ ବିସ୍ଥାପିତଙ୍କୁ ବିରୋଧ କରିବାରୁ ପାଟିତୁଣ୍ଡ ହୋଇଥିଲା। ଗ୍ରାମସଭା କରିବା ପ୍ରଶାସନର ଦାୟିତ୍ବ ହୋଇଥିବାବେଳେ କମ୍ପାନିର ବହୁ ଅଧିକାରୀ ସଭାରେ ଉପସ୍ଥିତ ରହିବା ଲୋକଙ୍କୁ ନାପସନ୍ଦ ହୋଇଥିଲା। ବିସ୍ଥାପିତଙ୍କୁ ଭଣ୍ଡାଉଥିବା ଅଭିଯୋଗ କରି କ୍ଷତିଗ୍ରସ୍ତ ପ୍ରଜା ‘ଆଦାନୀ ଗୋ ବ୍ୟାକ୍’ ନାରା ଦେଇଥିଲେ। ଗ୍ରାମସଭା ବାତିଲ ଘୋଷଣା ପରେ ସରପଞ୍ଚଙ୍କୁ ପୁଲିସ ସୁରକ୍ଷା ମଧ୍ୟରେ ବାହାରକୁ ଅଣାଯାଇଥିଲା। ଏହାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗିରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe