ରାସ୍ତା ମରାମତି କଲେ ଗାଁ ଯୁବକ

ରାସ୍ତା ମରାମତି କଲେ ଗାଁ ଯୁବକ

ବ୍ରହ୍ମବରଦା: ନିଜ ଅଞ୍ଚଳର ଉନ୍ନତି ନିଜ ହାତରେ। ଏହି ଉକ୍ତିକୁ ନେଇ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରଚଳିତ ଥିଲେ ମଧ୍ୟ ଲୋକଙ୍କ ସମସ୍ୟା ସମାଧାନ ହୋଇପାରୁନାହିଁ। ଶେଷରେ ସ୍ଥାନୀୟ ଯୁବକମାନେ ନିଜେ ଅର୍ଥ ଖର୍ଚ୍ଚ କରି ଗାଁ ରାସ୍ତା କଂକ୍ରିଟ କରି ଉଦାହରଣ ସୃଷ୍ଟି କରିଛନ୍ତି। ଯାଜପୁର ବ୍ଲକ ଝାଲପଡ଼ା ପଞ୍ଚାୟତ ସାନବାଗସାହିଠାରୁ କାକୁଡ଼ିକୁଦ-ଗୋଡ଼ା ରାସ୍ତା ଶୋଚନୀୟ ହୋଇ ପଡ଼ିଥିଲା।

ଖାଲଖମାରେ ଲୋକେ ପଡ଼ିଉଠି ଖଣ୍ଡିଆ ହେଉଥିଲେ। ଯାତାୟାତରେ ଅସୁବିଧା ହେଉଥିଲା। ଗୋଟିଏ ଗାଡ଼ି ଗଲେ ଅନ୍ୟ ଗାଡ଼ି ଅତିକ୍ରମ କରିବାରେ ବହୁ ଅସୁବିଧା ହେଉଥିଲା। ଏହା ଦେଖି ଗ୍ରାମର ଯୁବକମାନେ ମରାମତି କରିବାକୁ ସ୍ଥିର କରିଥିଲେ। ସରକାରୀ ବ୍ୟବସ୍ଥାରେ ନହେବାରୁ ନିଜ ଖର୍ଚ୍ଚରେ ସିମେଣ୍ଟ, ବାଲି କିଣି କଂକ୍ରିଟ କରି ରାସ୍ତା ମରାମତି କରିଛନ୍ତି। ଏହି କାମରେ ଗ୍ରାମର ଦିଲୀପ କୁମାର ଜେନା, ହେମନ୍ତ କବି, ରବୀନ୍ଦ୍ର ଦାସ, କୁଞ୍ଜବନ ଦାସ, ସୁଶାନ୍ତ କବି, କାହ୍ନୁ କବି, କୁନାଲ ବିଶ୍ବାଳ, କିଶୋର ଦଳାଇ, ସୁନୀଲ ଦାସ ପ୍ରଭୃତି ସାମିଲ ହୋଇ ଅର୍ଥ ଓ ଶ୍ରମଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe