ସ୍କୁଲରୁ ଚାଉଳ ଚୋରି ତଦନ୍ତ ବାଟବଣା ଅଭିଯୋଗରେ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

Advertisment
ସ୍କୁଲରୁ ଚାଉଳ ଚୋରି ତଦନ୍ତ ବାଟବଣା ଅଭିଯୋଗରେ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ବୀରମହାରାଜପୁର: ସୁବଳୟା ଥାନା ଟେଭାପଦର ଉଚ୍ଚ ପ୍ରାଥମିକ ସ୍କୁଲରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଘଟଣାରେ ପ୍ରକୃତ ଦୋଷୀକୁ ଘଣ୍ଟ ଘୋଡାଯାଉଥିବା ଅଭିଯୋଗ କରି ବୁଧବାର ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ସ୍କୁଲ ଗୋଦାମ ଗୃହର ତାଲା କିମ୍ବା କବାଟ, ଝରକା ଭାଙ୍ଗା ଯାଇ ନ ଥିବା ବେଳେ ୪୫ ବସ୍ତା ଚାଉଳ ଚୋରି ହୋଇଛି। ତେଣୁ ଚୋରି ବେଳେ ଗୋଦାମ ଗୃହ ଚାବି ବ୍ୟବହାର ହୋଇଛି। ଚାବି କେବଳ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ପାଖରେ ଥିବାରୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହିତ ସ୍କୁଲରୁ ଚାଉଳ ଗାଏବ ପରେ ଚୋରିର ରୂପ ଦିଆଯାଇଥିବା ପାରିପାର୍ଶ୍ବିକ ଅବସ୍ଥାରୁ ଜଣାପଡ଼ୁଛି ବୋଲି ଜିଲ୍ଲାପାଳଙ୍କୁ ଆଭିଯୋଗ କରିଛନ୍ତି। ସେହିପରି ୭ ତାରିଖରେ ଚାଉଳ ଚୋରି ହୋଇଥିବା ଜଣାପଡ଼ିବା ପରେ ୮ ତାରିଖରେ ପରିଚାଳନା କମିଟି ସହ ଆଲୋଚନା ହୋଇଥିଲା। କିନ୍ତୁ ୧୧ ତାରିଖରେ ସୁବଳୟା ଥାନାରେ ଏତଲା ହୋଇଥିଲା। ଏଥିରେ ଜଣେ ନାବାଳକଙ୍କୁ ମୁଖ୍ୟ ଅଭିଯୁକ୍ତ କରି ପ୍ରଧାନ ଶିକ୍ଷକ ଏତଲା ଦେଇଥିଲେ। ତେଣୁ ଏହାର ନିରପେକ୍ଷ ତଦନ୍ତ କରି ପ୍ରକୃତ ଅଭିଯୁକ୍ତକୁ ଗିରଫ ପାଇଁ ଗ୍ରାମବାସୀ ଦାବି କରିଥିଲେ। ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ, ପୁଲିସ ଏହି ଚୋରି ମାମଲାରେ ଘଟଣାରେ ଜଣେ ନାବାଳକଙ୍କ ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ନାବାଳକଙ୍କୁ ଜୁଭେନାଇଲ୍‌ ଜଷ୍ଟିସ୍ ବୋର୍ଡରେ ହାଜର ପରେ ଛାଡ଼ି ଦେଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe