ତଦନ୍ତକାରୀ ପୁଲିସକୁ ଗୋଡ଼ାଇ ପିଟିଲେ ଗ୍ରାମବାସୀ!

ମହିଳାଙ୍କୁ ଥାନାଧିକାରୀ ଅସଦାଚରଣର ପାଲଟା ଅଭିଯୋଗ

ତଦନ୍ତକାରୀ ପୁଲିସକୁ ଗୋଡ଼ାଇ ପିଟିଲେ ଗ୍ରାମବାସୀ!

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ତିଲେଇମାଲ ଗ୍ରାମକୁ ସୋମବାର ଏକ ଗଛକଟା ମାମଲାର ତଦନ୍ତରେ ଯାଇଥିବା ସୁବଳୟା ଥାନା ଏଏସ୍‌ଆଇ ଗୌରହରି ମେହେରଙ୍କୁ ଗ୍ରାମବାସୀ ଗୋଡ଼ାଇ ପିଟିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଗାଁର ଜଣେ ମହିଳାଙ୍କୁ ଥାନାଧିକାରୀ ଅସଦାଚରଣ କରିଥିବାର ପାଲଟା ଅଭିଯୋଗ ହୋଇଛି।

ତିଲେଇମାଲର ଦୁଇଭାଇ ସୁବାସ ପଧାନ ଓ ରତ୍ନାକର ପଧାନଙ୍କ ମଧ୍ୟରେ ଗତ ରବିବାର ଏକ ଗଛକଟାକୁ ନେଇ ଗଣ୍ଡଗୋଳ ହୋଇଥିଲା। ସୁବଳୟା ଥାନାରେ ସୁବାସ ଓ ରତ୍ନାକରଙ୍କ ଅଭିଯୋଗ ଆଧାରରେ ଦୁଇଟି ମାମଲା ରୁଜୁ ହୋଇଥିଲା। ଏହାର ତଦନ୍ତ କରିବାକୁ ସୁବଳୟା ଥାନା ଏଏସ୍‌ଆଇ ଶ୍ରୀ ମେହେର ଓ ଗ୍ରାମରକ୍ଷୀ ରବିଚନ୍ଦ୍ର ବିଭାର ସୋମବାର ତିଲେଇମାଲକୁ ଯାଇଥିଲେ। ଉଭୟ ପରିବାରକୁ ଡାକି ତଦନ୍ତ କରୁଥିବା ବେଳେ ଏଥିରେ ଅସନ୍ତୋଷ ପ୍ରକାଶ କରି ଗ୍ରାମବାସୀ ଏଏସ୍‌ଆଇ ଶ୍ରୀ ମେହେରଙ୍କୁ ଗୋଡ଼ାଇ ପିଟିଥିବା ଅଭିଯୋଗ ହୋଇଛି। ପୁଲିସ ଖବରପାଇ ଏଏସ୍‌ଆଇ ଶ୍ରୀ ମେହେରଙ୍କୁ ଉଦ୍ଧାର ସହ ସୁବଳୟା ଥାନାରେ ରତ୍ନାକରଙ୍କ ପତ୍ନୀ ନେପୁର ପ୍ରଧାନଙ୍କ ସହ ଅନ୍ୟମାନଙ୍କ ନାମରେ ମାମଲା ରୁଜୁ କରିଛି। ଅପରପକ୍ଷରେ ପୁଲିସ ତାଙ୍କୁ ଅସଦାଚରଣ କରିଥିବା ନେପୁର ଏସ୍‌ପି ଓ ଏସଡିପିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe