ଗ୍ରାମବାସୀ ନିର୍ମାଣ କରିଥିଲେ ପାଚେରି: ଦୁଇଥର ଉଠିଲା ଅନୁଦାନ

Advertisment
ଗ୍ରାମବାସୀ ନିର୍ମାଣ କରିଥିଲେ ପାଚେରି: ଦୁଇଥର ଉଠିଲା ଅନୁଦାନ

ଯାଜପୁର:  ବିକାଶ ନାମରେ ସରକାରୀ ଅନୁଦାନକୁ ବିଭିନ୍ନ ଯୋଜନା ନାମରେ ଅସାଧୁମେଣ୍ଟ ହଡ଼ପ କରିବାରେ ଲାଗିପଡ଼ିଛନ୍ତି। ଏପରିକି ଗ୍ରାମବାସୀଙ୍କ ଦ୍ବାରା ନିର୍ମିତ ନିମପଲ୍ଲୀ ସ୍କୁଲର ପାଚେରି କାମକୁ ଦୁଇଦୁଇ ଥର ବିଲ୍ କରି ଆସାଧୁମେଣ୍ଟ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବାର ଅଭିଯୋଗ ହୋଇଛି।  ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଦୂର କଥା ତଦନ୍ତ ମଧ୍ୟ ହେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ପ୍ରକାଶ ଥାଉକି ସୁକିନ୍ଦା ବ୍ଲକ୍ ପଙ୍ଗଲ ପଞ୍ଚାୟତର ନିମପଲ୍ଲୀ ୟୁଜିଏମଇ ସ୍କୁଲର ପାଚେରି ଗ୍ରାମବାସୀଙ୍କ ଅର୍ଥରେ ମାଙ୍କଡ଼ାପଥର ଦ୍ବାରା ନିର୍ମାଣ କରାଯାଇଛି। ଏହି ପାଚେରିରେ ଅଳ୍ପ କିଛି କାମ  ନାମକୁ ମାତ୍ର କରି ବ୍ଲକ୍ ପକ୍ଷରୁ ୧୫ତମ ଏସଏଫସିସିପିଏସ ସ୍କୁଲ ଯୋଜନାରେ ୨ଲକ୍ଷ ୫୦ହଜାର ଟଙ୍କାର ବିଲ୍ କରାଯାଇଥିଲା।

ଏହାପରେ ପୁଣି ଏହି ପାଚେରି ନାମରେ ଏସଏସଏ ପକ୍ଷରୁ ଡିଏମଏଫ ଅନୁଦାନରୁ  ସ୍କୁଲର ବିଭିନ୍ନ ନିର୍ମାଣ କାମ ସହିତ ପାଚେରି କାମ ମିଶାଇ ୨୨ଲକ୍ଷ ୩୬ହଜାର ଟଙ୍କା ବ୍ୟୟ କରାଯାଇଛି। ଉଭୟ ସରକାରୀ କାମ ଆରମ୍ଭ କିମ୍ବା ଶେଷ ଅସାଧୁମେଣ୍ଟ ଫଳକରେ ଦର୍ଶାଇ ନାହାନ୍ତି। ଏଥିନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ ତଦନ୍ତ କରାଯାଉ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜିଲ୍ଲାପାଳ ଏହା ଉପରେ ଧ୍ୟାନ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe