ଛେଳି ଚୋରକୁ କାବୁ କଲେ ଗ୍ରାମବାସୀ

Advertisment
ଛେଳି ଚୋରକୁ କାବୁ କଲେ ଗ୍ରାମବାସୀ

public.app

କଣ୍ଟାମାଳ: ଛେଳି ଚୋରି କରିବାକୁ ଆସିଥିବା ଦୁଇ ଜଣ ଯୁବକଙ୍କୁ ଗ୍ରାମବାସୀ କାବୁ କରି ଉତ୍ତମ ମଧ୍ୟମ ଦେବା ପରେ ପୁଲିସରେ ଜିମା ଦେଇଥିଲେ। ସୂଚନାନୁସାରେ କଣ୍ଟାମାଳ ବ୍ଲକ୍‌ ଲମ୍ବସରୀ ପଞ୍ଚାୟତ ବଲମତୁମ୍ବା ଗ୍ରାମର ଶଙ୍କର ଦେହୁରୀଙ୍କ ପତ୍ନୀ ଛେଳି ଚରାଉଥିଲେ।

ଏହି ସମୟରେ ଦୁଇଟି ବାଇକ୍‌ରେ ୪ ଜଣ ଯୁବକ ଆସି ଏକ ଛେଳିକୁ ଧରି ଫେରାର୍‌ ହେଉଥିବା ବେଳେ ଗ୍ରାମବାସୀ ପିଛା କରିଥିଲେ। ବରଗାଁ ପଞ୍ଚାୟତ ବୋରିଗୋଭା ଛକ ନିକଟରେ ଲୋକେ ଘେରିଯିବାରୁ ୨ ଜଣ ଫେରାର୍‌ ହୋଇଯାଇଥିବା ବେଳେ ଦୁଇ ଜଣ ଚୋରକୁ କାବୁ କରି ମାଡ଼ମାରିବା ସହ ପୁଲିସର ଜିମା ଦେଇଥିଲେ। ଦୁଇ ଯୁବକଙ୍କ ପରିଚୟ ମିଳିପାରିନାହିଁ। ଏ ସଂପର୍କରେ କଣ୍ଟାମାଳ ଥାନା ଅଧିକାରୀ ନଳିନୀକାନ୍ତ ଦାସଙ୍କୁ ପଚାରିବାରୁ ମାମଲା ରୁଜୁ ହୋଇନଥିବା କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe