ଶବ ଛୁଇଁଲେନି ଗ୍ରାମବାସୀ, ଶେଷକୃତ୍ୟ କଲା ପ୍ରଶାସନ

Advertisment
ଶବ ଛୁଇଁଲେନି ଗ୍ରାମବାସୀ, ଶେଷକୃତ୍ୟ କଲା ପ୍ରଶାସନ

ଘଟଗାଁ: ଘଟଗାଁ ବ୍ଲକ୍‌ ବାଲିପୋଖରୀ ପଞ୍ଚାୟତର ଛୋଟରାୟପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଶେଷକୃତ୍ୟ ପାଇଁ ଆସିଲେ ନାହିଁ ଗ୍ରାମବାସୀ। ଦୀର୍ଘ ସମୟ ଧରି ଗାଁରେ ଶବ ପଡ଼ି ରହିବା ପରେ ବିଡିଓଙ୍କ ନିର୍ଦେଶକ୍ରମେ ପ୍ରଶାସନିକ ଅଧିକାରୀ ଓ ପୁଲିସ ପହଞ୍ଚି ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି।

ଛୋଟରାୟପୁର ଗ୍ରାମର ଖଜୁରୀ ମୁଣ୍ଡାଙ୍କ ଗତକାଲି ଅପରାହ୍‌ଣ ୩ଟା ବେଳେ ମୃତ୍ୟୁ ଘଟିଥିଲା। ସେ କିଛିବର୍ଷ ତଳେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିବାରୁ ତାଙ୍କ ଶବ ସତ୍କାର କରିବାକୁ ଗାଁ ଲୋକେ ଅନିଚ୍ଛା ପ୍ରକାଶ କରିଥିଲେ। ଦୀର୍ଘ ୨୦ ଘଣ୍ଟା ଧରି ଶବ ପଡ଼ି ରହିବା ପରେ ଘଟଗାଁ ବିଡିଓ ନାରାୟଣ ସାହୁଙ୍କ ନିର୍ଦ୍ଦେଶରେ ଏବିଡିଓ ଚିତ୍ତରଞ୍ଜନ ନାୟକ ଏବଂ ଘଟଗାଁ ଥାନା ପୁଲିସ ଛୋଟରାୟପୁର ଗ୍ରାମରେ ପହଞ୍ଚିଥିଲେ। ସରପଞ୍ଚ ଦ୍ରୌପଦୀ ନାୟକ, ସମିତିସଭ୍ୟ ଶତ୍ରୁଘ୍ନ ମୁଣ୍ଡା ଓ ସମାଜସେବୀ ମନୋରଞ୍ଜନ ନାଏକଙ୍କ ସହଯୋଗକ୍ରମେ ଖଜୁରୀଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଖଜୁରୀଙ୍କ ବିଧବା ପତ୍ନୀଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ପରେ ଏବିଡିଓ ଶ୍ରୀ ନାୟକ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ପ୍ରଶାସନର ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe