lmd.lk
ଦେବଗଡ଼ : ତିଲେଇବଣି ବ୍ଲକ ଗଇଲୋ ଗ୍ରାମର ବିଦ୍ୟୁତ୍ ଟ୍ରାନ୍ସଫର୍ମର ୩ ମାସ ହେଲା ପୋଡ଼ି ଯାଇଛି। ଫଳରେ ଗ୍ରାମବାସୀ ଅନ୍ଧାରରେ ରହିଛନ୍ତି। ଗୁରୁବାର ସମଗ୍ର ଦେବଗଡ ଜିଲ୍ଲା ବିକାଶ ମଂଚର ଆବାହକ ସୁଧିର ବ୍ରହ୍ମାଙ୍କ ନେତୃତ୍ବରେ ଗ୍ରାମର ଚିନ୍ତାମଣି ବାଘ, ଶୁକ୍ରା ଖାଲଖୋଙ୍କ ସମେତ ବହୁ ଗ୍ରାମବାସୀ ଦେବଗଡ଼ସ୍ଥିତ ଟିପିଡବ୍ଲୁଓଡିଏଲ ନିର୍ବାହୀ ଯନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହିତ ତୁରନ୍ତ ନୂତନ ବିଦ୍ୟୁତ ଟ୍ରାନ୍ସଫରମର ବସାଇବାକୁ ଦାବି କରିଛନ୍ତି। ବିଦ୍ୟୁତ୍ ନଥିବାରୁ ଗ୍ରାମବାସୀ ଭାରି ଅସୁବିଧା ଭୋଗ କରୁଛନ୍ତି। ଗାଁରେ ହିଂସ୍ରଜନ୍ତୁ ଭୟ ବି ରହୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଟ୍ରାନ୍ସଫର୍ମର ସ୍ଥାପନ କରାନଗଲେ ଆଗାମୀ ଦିନଗରେ ଗ୍ରାମବାସୀମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
Follow Us