ବଢ଼ୁଛି ହୀରାକୁଦ ଜଳସ୍ତର

Advertisment
ବଢ଼ୁଛି ହୀରାକୁଦ ଜଳସ୍ତର

OrissaPOST

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢ଼ି ଚାଲିଛି। ବୁଧବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୪.୨୫ ଫୁଟ୍‌ରେ ପହଂଚିଛି। ସକାଳ ୬ଟାରେ ଜଳସ୍ତର ୬୧୩.୮୫ ଫୁଟ୍ ପହଂଚିଥିବା ବେଳେ ମଧ୍ୟାହ୍ନ ୧୨ଟାରେ ୬୧୪ ଫୁଟ୍‌ ଅତିକ୍ରମ କରିଥିଲା। ଗତ ବର୍ଷ ଆଜି ତାରିଖ(୨୦ ଜୁଲାଇ)ରେ ଜଳଭଣ୍ଡାରର ଜଳସ୍ତର ୬୦୬ ଫୁଟ୍ ରହିଥିଲା।

ଗତ ବର୍ଷ ଜଳଭଣ୍ଡାର ବନ୍ୟାଜଳ ଆଗୁଆ ନିଷ୍କାସନ କରାଯାଇଥିଲା। ତେବେ, ଅଗଷ୍ଟ ମାସରେ ଭଲ ବର୍ଷା ନହେବାରୁ ଜଳସ୍ତର ସ୍ବାଭାବିକଠାରୁ ବହୁତ କମ୍ ରହିବାରୁ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷକୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଜଳଭଣ୍ଡାରର ସର୍ବୋଚ୍ଚ ସ୍ତର ୬୩୦ ଫୁଟ୍‌ରେ ପହଂଚିବାରେ ଗତ ବର୍ଷ ସାମାନ୍ୟ ବିଳମ୍ବ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଏଥର ଜଳଭଣ୍ଡାରରୁ ଅଧିକ ଗେଟ୍‌ ‌ଖୋଲାଯାଉନଥିବା କହାଯାଇଛି। ଆଜି ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ମାତ୍ର ୦.୪୩ ମିମି ବର୍ଷା ହୋଇଛି।

ଯଦି, ଆଗାମୀ ଦିନରେ ଭଲ ବର୍ଷା ନହୁଏ ଜଳଭଣ୍ଡାରକୁ ଜଳପ୍ରବେଶ ପରିମାଣ ବି ହ୍ରାସ ପାଇବ। ତେଣୁ, ଆସନ୍ତାକାଲି ସନ୍ଧ୍ୟାରେ ସ୍ଥିତିକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ସ୍ପି‌ଲୱେ ଅଧିକ ଖୋଲାଯିବ ନା’ ବନ୍ଦ କରାଯିବ, ସେଦିଗରେ ନିଷ୍ପତ୍ତି ନିଆଯିବ ବୋଲି କହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଆଜି ସନ୍ଧ୍ୟା ୬ଟାରେ ଜଳଭଣ୍ଡାରକୁ ୧,୬୮,୮୫୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ସମୟରେ ୧,୧୬, ୬୮୮ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ସେଥିରୁ ୫ଟି ସ୍ପିଲୱେ ଦେଇ ୭୬,୦୨୫ କ୍ୟୁସେକ ଏବଂ ପାୱାର ଚାନେଲ ଦେଇ ୩୬,୧୭୭ କ୍ୟୁସେକ ଜଳ ମହାନଦୀରେ ଛଡ଼ାଯାଇଛି। ସେହିପରି ଜଳସେଚନ ନିମନ୍ତେ ୪୨୧୩ କ୍ୟୁସେକ ଜଳ ବିଭିନ୍ନ କେନାଲରେ ଛଡ଼ାଯାଇଛି। ଶିଳ୍ପାନୁଷ୍ଠାନଗୁଡ଼ିକ ୨୭୩ କ୍ୟୁ‌ସେକ ଜଳ ଜଳଭଣ୍ଡାରରୁ ଟାଣୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe