ହୀରାକୁଦ ଜଳସ୍ତର ୬୦୯ ଫୁଟ୍‌, ୧୦ ଗେଟ୍ ଖୋଲା

Advertisment
ଚଳିତ ବର୍ଷ ହୀରାକୁଦ ଜଳଭଣ୍ଡାରରେ ଅଧିକ ପାଣି

ସମ୍ବଲପୁର: ହୀରାକୁଦ ବନ୍ଧର ୧୦ଟି ଗେଟ୍ ଖୋଲା ରହିଛି। ମଙ୍ଗଳବାର ସଂଧ୍ୟା ୬ଟା ବେଳେ ହୀରାକୁଦ ଜଳସ୍ତର ୬୦୯.୨୫ ଫୁଟ୍ ଥିଲା। ସେହି ସମୟରେ ଜଳଭଣ୍ଡାର ମଧ୍ୟକୁ ହାରାହାରି ୧ ଲକ୍ଷ ୨୫ ହଜାର ୭୫୩ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୧,୬୬,୫୮୨ କ୍ୟୁସେକ୍‌ ନିଷ୍କାସିତ ହେଉଥିଲା। ବାମ ସ୍ପିଲ୍‌ୱେ'ର ୬ ଓ ଡାହାଣ ସ୍ପିଲ୍‌ୱେର ୪କୁ ମିଶାଇ ମୋଟ ୧୦ଟି ସ୍ଲୁଇସ୍‌ ଗେଟ୍‌ ଦେଇ ୧,୪୮,୦୫୦ କ୍ୟୁସେକ୍‌, ପାୱାର୍ ଚାନେଲ୍ ଦେଇ ୧୪,୩୦୫ କ୍ୟୁସେକ୍‌, ବରଗଡ଼ ମୁଖ୍ୟ କେନାଲ ଦେଇ ୩,୨୭୮ କ୍ୟୁସେକ୍‌, ଶାସନ ମୁଖ୍ୟ କେନାଲ୍‌ ଦେଇ ୬୦୦ କ୍ୟୁସେକ୍‌, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରି ଦେଇ ୭୭ କ୍ୟୁସେକ୍‌ ଓ ଶିଳ୍ପ ସଂସ୍ଥା ପାଇଁ ୨୭୨ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା। ସେହି ସମୟରେ ହୀରାକୁଦ ତଳ ମୁଣ୍ଡ ପଥର୍ଲାଠାରେ ୨୦,୧୭୯ କ୍ୟୁସେକ୍‌, ଖଇରମାଳଠାରେ ୧ ଲକ୍ଷ ୬ ହଜାର କ୍ୟୁସେକ୍‌, ବରମୂଳଠାରେ ୧ ଲକ୍ଷ ୧୦ ହଜାର ୨୫୦ କ୍ୟୁସେକ୍‌, ମୁଣ୍ଡଳିଠାରେ ୧ ଲକ୍ଷ ୫ ହଜାର ୬୦୦ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୧୩.୪୦ ମିଲିମିଟର୍‌ ଓ ତଳ ମୁଣ୍ଡରେ ୦୫.୫୭ ମିଲିମିଟର୍‌ ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe