ଗୁରୁବାରରୁ ପାଗ ଶୁଖିଲା: ଶେଷ ସପ୍ତାହରୁ ଶୀତ

ଗୁରୁବାରରୁ ପାଗ ଶୁଖିଲା: ଶେଷ ସପ୍ତାହରୁ ଶୀତ

Skymet Weather

ଭୁବନେଶ୍ବର: ଦୁଇ ଦୁଇଟି ଲଘୁଚାପ ପ୍ରଭାବରେ ଦଶହରାଠାରୁ ଆଜି ପର୍ଯ୍ୟନ୍ତ ୫ଦିନ ଧରି ରାଜ୍ୟରେ ବର୍ଷା ଲାଗି ରହିଛି। ଆଜି ମଧ୍ୟ ଅଧିକାଂଶ ଜିଲ୍ଲାରେ ବର୍ଷା ହୋଇଥିବା ବେଳେ ପାଗ ମେଘୁଆ ରହିଥିଲା। କିନ୍ତୁ ଆସନ୍ତାକାଲିଠାରୁ ବର୍ଷାର ପରିମାଣ କମିବ। କାଁଭାଁ ବିକ୍ଷିପ୍ତ ହାଲୁକା ବର୍ଷା ହେବ। ୨୧ ତାରିଖରୁ ପାଗ ଶୁଖିଲା ରହିବ। ତେବେ ଗଞ୍ଜାମ ଓ ଗଜପତିରେ ୨୫ତାରିଖ ପର୍ଯ୍ୟନ୍ତ ପାଗ ମେଘୁଆ ରହିବା ସହ ବିକ୍ଷିପ୍ତ ବର୍ଷା ସମ୍ଭାବନା ରହିଛି। ଅପରପକ୍ଷେ ରାଜ୍ୟର ତାପମାତ୍ରା ମଧ୍ୟ ଧୀରେଧୀରେ କମିବା ଆରମ୍ଭ କରିବ। ଅକ୍ଟୋବର ଶେଷ ସପ୍ତାହ ସୁଦ୍ଧା ରାଜ୍ୟରେ ଶୀତ ଅନୁଭୂତ ହେବ ବୋଲି ଅନୁମାନ କରାଯାଉଛି।

ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୨୧ ତାରିଖରୁ ରାଜ୍ୟକୁ ଉତ୍ତର ଭାରତରୁ ପବନ ବହିବା ଆରମ୍ଭ ହୋଇଯିବ। ୨୫ ତାରିଖରୁ ଜମ୍ମୁ-କଶ୍ମୀର ଅଞ୍ଚଳରୁ ପବନ ବହିବ। ଏଣୁ ୨୬ ତାରିଖରୁ ରାଜ୍ୟରେ ଉଭୟ ଦିନ ଓ ରାତିର ତାପମାତ୍ରା କମିବ। ୨୬ରୁ ୨୮ ତାରିକ ଭିତରେ କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୨.୫ ଡିଗ୍ରି କମିବ। ତେବେ ୨୨ ତାରିଖରେ ରାଜ୍ୟର ଭୁବନେଶ୍ବର ସମେତ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ୧.୯ରୁ ୧.୫ ଡିଗ୍ରି ସର୍ବନିମ୍ନ ତାପମାତ୍ରା କମିବା ଯୋଗୁଁ ହାଲୁକା ଶୀତ ଅନୁଭୂତ ହେବ। ଅନ୍ୟପଟେ ସୁମାତ୍ରା ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ୨୪ତାରିଖରେ ଏକ ଲଘୁଚାପବଳୟ ସୃଷ୍ଟି ହେବ। ଏହା ଘନୀଭୂତ ହୋଇ ପଶ୍ଚିମ ଦିଗରେ ତାମିଲନାଡ଼ୁ ଉପକୂଳକୁ ମୁହାଁଇବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଅକ୍ଟୋବର ଶେଷ ଆଡ଼କୁ ଅର୍ଥାତ ୨୮ ଓ ୨୯ ତାରିଖରେ ଉପକୂଳ ଜିଲ୍ଲାରେ ସମୁଦ୍ର ସଂଲଗ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe