ମୌସୁମୀ ଫେରିବା ପାଇଁ ପାଗ ଅନୁକୂଳ, ଆସନ୍ତା ୪ ଦିନ ବର୍ଷା ସମ୍ଭାବନା

୧୫ରେ ଅଧା ଓଡ଼ିଶାରେ ବର୍ଷା, ୟେଲୋୱାର୍ଣ୍ଣିଂ ଜାରି

en.gaonconnection.com

ଭୁବନେଶ୍ବର : ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ପ୍ରଥମ ପର୍ଯ୍ୟାୟ‌ରେ ଦକ୍ଷିଣ-ପଶ୍ଚିମ ରାଜସ୍ଥାନ ଓ କଚ୍ଛରୁ ମୌସୁମୀ ଅପସାରିତ ହୋଇଥିଲା। ଏହାପରେ ମୌସୁମୀ ଅପସାରଣ ପ୍ରକ୍ରିୟା ଧୀର ହୋଇଯାଇଥିଲା। ଏବେ ପୁଣି ଦେଶର କିଛି ସ୍ଥାନରୁ ମୌସୁମୀ ଫେରିବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ‌ହୋଇଛି। ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଦେଶର ଉତ୍ତର-ପଶ୍ଚିମ ଭାଗର ଅନେକ ଅଂଶ ଓ ପାର୍ଶ୍ବବର୍ତୀ କେନ୍ଦ୍ରୀୟ ଅଞ୍ଚଳର କିଛି ଭାଗରୁ ମୌସୁମୀ ବାୟୁ ଅପସାରଣ ପାଇଁ ସମ୍ପୂର୍ଣ୍ଣ ଅନୁକୂଳ ପରିବେଶ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) କହିଛି।

publive-image India Mike

ଆଇଏମ୍‌ଡିର ସୂଚନା ମୁତାବକ, ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ୨୮ ଓ ୨୯ ତାରିଖ ରାଜ୍ୟର କିଛି କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ‌ସମ୍ଭାବନାକୁ ନେଇ ୱାର୍ଣ୍ଣିଂ ଜାରି ‌ହୋଇଛି। ୧ ତାରିଖରୁ ରାଜ୍ୟରେ ବର୍ଷାରେ ବୃଦ୍ଧି ସମ୍ଭାବନା ରହିଛି। ଆସନ୍ତା‌ ୯ ତାରିଖ ଯାଏ ରାଜ୍ୟରେ ଏହି ଭଳି ଭାବେ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରାଯାଉଛି। ଅନ୍ୟପ‌ଟେ ସୋମବାର ଦିନ ରାଜଧାନୀର ବିଭିନ୍ନ ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ସୋମବାର ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ସାଢ଼େ ୨ଟା ମଧ୍ୟରେ ରାଜଧାନୀରେ ୧୦.୨ ମିମି ବର୍ଷା ହୋଇଯାଇଛି। ଆଜି ମଧ୍ୟ ରାଜଧାନୀର ପାଗ ମେଘୁଆ ରହିବା ସହ ବର୍ଷା ସମ୍ଭାବନା ବି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe