୨୬ ଯାଏ ପାଗରେ ପରିବର୍ତ୍ତନ ହେବନି

Advertisment

ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଉଭୟ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବ। ତେବେ ୨୨ ଓ ୨୩ ତାରିଖରେ ଭୁବନେଶ୍ବର ଓ ସଂଲଗ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୦.୫ ଡିଗ୍ରି ବଢ଼ିପାରେ।

ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଉଭୟ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବ। ତେବେ ୨୨ ଓ ୨୩ ତାରିଖରେ ଭୁବନେଶ୍ବର ଓ ସଂଲଗ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୦.୫ ଡିଗ୍ରି ବଢ଼ିପାରେ।

ବର୍ଷା କମିଲା, ତାତି ବଢ଼ିଲା

ଭୁବନେଶ୍ବର: ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଉଭୟ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବ। ତେବେ ୨୨ ଓ ୨୩ ତାରିଖରେ ଭୁବନେଶ୍ବର ଓ ସଂଲଗ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୦.୫ ଡିଗ୍ରି ବଢ଼ିପାରେ। ଦକ୍ଷିଣ ଆଭ୍ୟନ୍ତରରେ କନ୍ଧମାଳଗଜପତି ଜିଲ୍ଲାରେ ତାପମାତ୍ରା ପ୍ରାୟ ୧ ଡିଗ୍ରି କମିପାରେ। ପୂର୍ବ ଆକଳନ ଅନୁଯାୟୀ ସୁମାତ୍ରା ନିକଟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଅଧିକ ଘନୀଭୂତ ହୋଇ ୨୨ ତାରିଖରେ ଲଘୁଚାପ ଓ ୨୪ରେ ଅବପାତରେ ପରିଣତ ହେବ। ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନାକୁ ଏଡ଼ାଇ ଦିଆ ନ ଯାଇପାରେ। ଯଦି ବାତ୍ୟା ରୂପ ନେବ ତାହା ହେଲେ ୨୯ରେ ତାମିଲନାଡ଼ୁ ଉପକୂଳ ଛୁଇଁପା‌ରେ। ଲଘୁଚାପର ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ।

ବାୟୁର ଦିଗ ପରିବର୍ତ୍ତନ ହୋଇ ୨୭ରୁ ୩୦ ତାରିଖ ମଧ୍ୟରେ ଉତ୍ତର-ପୂର୍ବରୁ ରାଜ୍ୟକୁ ବହିବାର ସମ୍ଭାବନା ରହିଛି। ଯଦି ଏଭଳି କିଛି ହୁଏ ତାହା ହେଲେ ଦକ୍ଷିଣ ଉପକୂଳରେ ୧୭ରୁ ୨୯ ଏବଂ ଆଭ୍ୟନ୍ତରରେ ୨୮ରୁ ୩୦ ମଧ୍ୟରେ ପାଗ ମେଘୁଆ, କୋହଲା ଓ କୁହୁଡ଼ି ରହିବ। ଏଥିସହ ଉପକୂଳରେ ୨୨ରୁ ୨୪ ମଧ୍ୟରେ ସାମାନ୍ୟ କୁହୁଡ଼ି ଏବଂ ୨୭ରୁ ୨୯ ମଧ୍ୟରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି। ସେପ‌ଟେ ଗତକାଲି ରାତିରେ ରାଜ୍ୟର ସମସ୍ତ ସହରର ପାରଦ ୨୦ ଡିଗ୍ରି ତଳେ ରହିଥିଲା। ଘୁ. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୨ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାରେ ୮.୧, ଫୁଲବାଣୀରେ ୯.୫, ଦାରିଙ୍ଗବାଡ଼ିରେ ୧୦.୫, ଝାରସୁଗୁଡ଼ାରେ ୧୧.୫, ରାଉରକେଲାରେ ୧୧.୬, ଭବାନୀପାଟଣା ଓ ଅନୁଗୁଳରେ ୧୨,  ସୁନ୍ଦରଗଡ଼ରେ ୧୨.୨, କୋରାପୁଟରେ ୧୨.୪, କିରେଇରେ ୧୨.୮ ଡିଗ୍ରି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe