୧୧ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ

Advertisment
୧୧ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର: ବଙ୍ଗୋପସାଗରର ଉତ୍ତରରେ ଏକ ନୂତନ ଲଘୁଚାପ କ୍ଷେତ୍ର ଏବେ ଦାନା ବାନ୍ଧୁଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ସ୍ପଷ୍ଟ ଚିହ୍ନିତ ହେବା ସହ ୧୧ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି।

ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ-କେନ୍ଦ୍ରୀୟ ଉପକୂଳରେ ଏହି ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ପ୍ରବଳ ବର୍ଷା ହୋଇପାରେ। ତେବେ ଏହାର ପ୍ରଭାବରେ ପ୍ରାୟ ଏକ ସପ୍ତାହ କିମ୍ବା ଅଧିକ ସମୟ ପର୍ଯ୍ୟନ୍ତ ପୂର୍ବ ଏବଂ କେନ୍ଦ୍ରୀୟ ଅଂଶଗୁଡ଼ିକ ଉପରେ ମୌସୁମୀ ବର୍ଷା ଲାଗି ରହିବ ଏବଂ ମୌସୁମୀ ଶକ୍ତିଶାଳୀ ହେବ ବୋଲି ଆଶା କରାଯାଉଛି। ଫଳରେ ରାଜ୍ୟରେ ଯେଉଁ ନିଅଣ୍ଟିଆ ମୌସୁମୀ ବର୍ଷା ହୋଇଥିଲା, ତାହାର ଭରଣା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe