ପ୍ରେମିକ ସହ ମିଶି ସ୍ୱାମୀକୁ ଭୁଜାଲିରେ ହାଣିଲେ ପତ୍ନୀ

Advertisment
ପ୍ରେମିକ ସହ ମିଶି ସ୍ୱାମୀକୁ ଭୁଜାଲିରେ ହାଣିଲେ ପତ୍ନୀ

ଭଦ୍ରକ: ପ୍ରେମିକ ସହ ମିଶି ସ୍ୱାମୀକୁ ଭୁଜାଲି ଚୋଟ ପକାଇଲେ ପତ୍ନୀ। ଅଳ୍ପକେ ବର୍ତ୍ତିଲେ ସ୍ୱାମୀ। ଏମିତି ଅଭାବନୀୟ ଘଟଣା ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ବାସୁଦେବପୁର ଥାନା କମାରଗାଁର ଶମ୍ଭୁନାଥ ଦଳେଇ, ସାବରଙ୍ଗ ଥାନା ଏରଡାର ଲିଜାଙ୍କୁ ବିବାହ କରିଥିଲେ। କିନ୍ତୁ ଲିଜାଙ୍କର ଭଦ୍ରକ ଗ୍ରାମାଞ୍ଚଳ ଥାନା ବଣିଆ ଅଞ୍ଚଳର ରବିଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସତ୍ତ୍ୱେ ଲିଜା ଶମ୍ଭୁନାଥଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇ ସନ୍ତାନ ରହିଛନ୍ତି । ତେବେ ଅଭିଯୋଗ ଅନୁଯାୟୀ ଲିଜା ଓ ତାଙ୍କ ପ୍ରେମିକ ରବି ମିଶି ସ୍ୱାମୀଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲେ।

ଲିଜା ସ୍ୱାମୀ ଶମ୍ଭୁନାଥଙ୍କୁ ସାଙ୍ଗରେ ନେଇ ନିଜ ବାପ ଘର ଏରଡ଼ାକୁ ଆସିଥିଲେ। ଶମ୍ଭୁନାଥ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଲିଜା ହଠାତ ଶମ୍ଭୁନାଥଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲା। ଶମ୍ଭୁନାଥ ନିଦରୁ ଉଠିଯିବାରୁ ଲିଜା ଠାରୁ ଭୁଜାଲି ନେଇ ରବି ଆକ୍ରମଣ କରିଥିଲା। ସ୍ଥାନୀୟ ଲୋକେ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ। ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସାବରଙ୍ଗ ପୁଲିସ ସ୍ତ୍ରୀ ଓ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe