ହାଇକୋର୍ଟରେ ଶୀତ ଅବକାଶ, ଜାନୁଆରି ୪ରେ ଖୋଲିବ

Advertisment
ଉଚ୍ଛେଦ ହୋଇଛି ବେଆଇନ ଭାବେ ନିର୍ମାଣ କରାଯାଇଥିବା ୧୯୮୨ ଧର୍ମାନୁଷ୍ଠାନ

Odisha Bytes

କଟକ: ଓଡିଶା ହାଇକୋର୍ଟରେ ଶୀତ ଅବକାଶ ଆରମ୍ଭ ହେବାକୁ ଯାଉଛି। ଶୁକ୍ରବାର ଠାରୁ ଛୁଟି ରହୁଥିବା ବେଳେ ୨୦୨୧, ଜାନୁଆରି ୪ରେ ହାଇକୋର୍ଟ ଖୋଲିବ। ଶୀତ ଅବକାଶ ସମୟରେ ଜଷ୍ଟିସ ଏସ.କେ.ମିଶ୍ର ଡିସେମ୍ବର ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଅବକାଶକାଳୀନ ବିଚାରପତି ଦାୟିତ୍ବରେ ରହିବେ। ସେହିଭଳି ଡିସେମ୍ବର ୩୧ରୁ ୨୦୨୧, ଜାନୁଆରି ୩ ତାରିଖ ପର୍ଯ୍ୟନ୍ତ ଜଷ୍ଟିସ ସଙ୍ଗମ କୁମାର ସାହୁ ଅବକାଶକାଳୀନ ବିଚାରପତି ଦାୟିତ୍ବରେ ରହିବେ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ସୂଚନା ମିଳିଛି। ଶୀତ ଅବକାଶ ସମୟରେ କାର୍ଯ୍ୟ ଦିବସରେ ଦିନ ୧୧ଟାରୁ ୧୨ଟା ମଧ୍ୟରେ ନୂଆ ମାମଲା ଦାଖଲ କରାଯାଇ ପାରିବ। ଡ୍ରପ୍ ବକ୍ସ ବା ଇ-ମେଲ ବା ଇ-ଫାଇଲିଂ ଜରିଆରେ ନୂଆ ମାମଲା ଦାଖଲ କରାଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe