Daily Bangladesh
ଭୁବନେଶ୍ବର : ଆଉ ୨ ଦିନରେ ରାଜ୍ୟରେ ଶୀତ ବଢ଼ିବ। ସର୍ବନିମ୍ନ ରାତି ତାପମାତ୍ରା ୨ରୁ ୪ ଡିଗ୍ରି ଯାଏ ଖସିଯିବ। ଫଳରେ ଶୀତ ପୁଣି ଫେରିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଏବେ ରାଜ୍ୟରେ ପାଗ ଖରାଟିଆ ରହୁଛି। ଆକାଶ ନିର୍ମଳ ଯୋଗୁଁ ଖରା ଟାଣ ଲାଗୁଛି। ରାତିରେ ବିଶେଷ ଶୀତ ମଧ୍ୟ ନାହିଁ। ଆସନ୍ତା ୨ ଦିନ ଏହିଭଳି ପାଗ ରହିବା ପରେ ଧୀରେଧୀରେ ପାରଦସ୍ତର କମିବ। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୨ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରି ପାଖାପାଖି ରହିବ।
Follow Us