ତିନି ମହଲା କୋଠାରୁ ଖସିପଡ଼ିଲେ ମହିଳା

ତିନି ମହଲା କୋଠାରୁ ଖସିପଡ଼ିଲେ ମହିଳା

Times of India

ହାଟଡିହି : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ଓରାଳି ଗ୍ରାମରେ ଜଣେ ମହିଳା ତିନି ମହଲା ଛାତ ଉପରୁ ଖସି ପଡ଼ିଛନ୍ତି। ପ୍ରାୟ ୩୦ ଫୁଟ ଉଚ୍ଚରୁ ପଡ଼ିଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତି ଯାଇଛନ୍ତି। ସେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁସାରେ ଓରାଳି ଗ୍ରାମର ଫୁଟ୍‌ବଲ୍‌ ଖେଳାଳି ସ୍ବର୍ଗତ ସୁବାସ ପଟ୍ଟନାୟକଙ୍କ ଏକାଦଶାହରେ ଯୋଗଦେବାକୁ ତାଙ୍କ ବୋହୂ ତଥା ପୁର୍ବତନ ସମିତିସଭ୍ୟ ବୁବୁ ପଟ୍ଟନାୟକଙ୍କ ପତ୍ନୀ ମେରୀ ପଟ୍ଟନାୟକ (୪୮) ଓରାଳି ଆସିଥିଲେ।

ସେ ସୋମବାର ତିନିମହଲା ଛାତ ଉପରେ ଫୁଲ ତୋଳୁଥିବା ବେଳେ ତଳକୁ ଖସି ପଡ଼ିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରେ ଭୁବେନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ସେଠାରେ ସମସ୍ତ ପରୀକ୍ଷା ପରେ ‌ତାଙ୍କ ପିଠି ଓ କାନ୍ଧରେ ସାମାନ୍ୟ ଆଘାତ ଲାଗିଥିବା ଡାକ୍ତର କହିଛନ୍ତି। ତେବେ ସେ ସମ୍ପୂର୍ଣ୍ଣ ବିପଦମୁକ୍ତ ଡାକ୍ତର କହିଛନ୍ତି। ଏତେ ଉଚ୍ଚରୁ ପଡ଼ି ବର୍ତ୍ତିଯିବା ଭଗବାନଙ୍କ କୃପା ବୋଲି ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe