ହାତ ଛାଡ଼ିଦେଲା ସ୍ତ୍ରୀ, ବିଷପିଇ ଯୁବକ ଜୀବନ ହାରିଲେ

ପାରିବାରିକ କଳହର କରୁଣ ପରିଣତି

ହାତ ଛାଡ଼ିଦେଲା ସ୍ତ୍ରୀ, ବିଷପିଇ ଯୁବକ ଜୀବନ ହାରିଲେ

Pragativadi

ଏସ. ରାମପୁର: ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଅଧୀନସ୍ଥ ସାରସମାଲ ମିର୍ଦ୍ଧାପଡ଼ାଠାରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତକ ଜଣକ ହେଲେ ସ୍ବର୍ଗତ ଶିର ବାଗଙ୍କ ପୁଅ ଥବିର ବାଗ(୪୨)। ତାଙ୍କର ସ୍ତ୍ରୀ ପଦ୍ମିନୀଙ୍କ ସହିତ କୌଣସି କାରଣକୁ ନେଇ କଳହ ଘଟିଥିଲା। ପରେ ପଦ୍ମିନୀ ରାଗିଯାଇ ଘରଛାଡ଼ି କେଉଁଆଡେ଼ ଚାଲି ଯାଇଥିଲେ।

ଉଭୟଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ଥିବା ସୂଚନା ମିଳିଛି। ସ୍ତ୍ରୀ ପଦ୍ମିନୀ ନିଖୋଜ ହେବାରୁ ମାନସିକ ଭାରସାମ୍ୟ ହରାଇ ଥବିର ଶୁକ୍ରବାର ରାତିରେ ବିଷପାନ କରି ଦେଇଥିଲେ। ଫଳରେ ବିଷକ୍ରିୟାରୁ ତାଙ୍କର ମୃତ୍ୟୁ ଘଟିଥିଲା। ସେ ଆତ୍ମହତ୍ୟା କରିଥିବା ସମ୍ପର୍କରେ ତାଙ୍କ ବଡ଼ଭାଇ ଅଭିମନ୍ୟୁ ବାଗ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିମନ୍ୟୁଙ୍କ ଅଭିଯୋଗ କ୍ରମେ ରାମପୁର ପୁଲିସ ଏକ ଆତ୍ମହତ୍ୟା ମାମଲା ରୁଜୁ କରିବା ସହିତ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ସକାଶେ ବିନିକା ପଠାଇଥିଲା। ଏହାପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିବା ସହିତ ଅଧିକ ତଦନ୍ତ କରୁଥିବା ରାମପୁର ଥାନା ଏସଆଇ ଅବିନାଶ ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe