ପାଣି ପାଇଁ ଜିଲ୍ଲାପାଳଙ୍କୁ ରୋକିଲେ ମହିଳା

ପାଣି ପାଇଁ ଜିଲ୍ଲାପାଳଙ୍କୁ ରୋକିଲେ ମହିଳା

ଚନ୍ଦ୍ରଗିରି : ବର୍ଷବର୍ଷ ଧରି ପ୍ରତିଦିନ ପାଣି ପାଇଁ ଗଜପତି ଜିଲ୍ଲା ମୋହନା ବ୍ଲକ୍‌ ଅଡ଼ବା ଥାନା ବିରିକୋଟ ଗ୍ରାମବାସୀ କଲବଲ ହେଉଛନ୍ତି। ହେଲେ, କେହି ଶୁଣୁନାହାନ୍ତି। ଆଜି ଗ୍ରାମର ମହିଳା ଅଭନବ ଢଙ୍ଗରେ ପ୍ରତିବାଦ କରିବାକୁ ଯାଇ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କୁ ରାସ୍ତାରେ ଅଟକାଇଛନ୍ତି। ଜିଲ୍ଲାପାଳ ଶ୍ରୀ ପଣ୍ଡା ସୋମବାର ଦିନ ମାଣ୍ତିମେରା ପଞ୍ଚାୟତ କାର୍ଯ୍ୟାଳୟରେ ବ୍ଲକ୍‌ସ୍ତରୀୟ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସାରି ପାରଳାଖେମୁଣ୍ତି ଫେରୁଥିଲେ।

ଗ୍ରାମର ଶତାଧିକ ମହିଳା ମୁଖ୍ୟରାସ୍ତା ଉପରେ ହାଣ୍ତିମାଠିଆ ରଖି ଜିଲ୍ଲାପାଳଙ୍କ ଫେରିବା ବାଟକୁ ଅପେକ୍ଷା କରିଥିଲେ। ଜିଲ୍ଲାପାଳ ପହଞ୍ଚିବା ମାତ୍ରେ ଘେରିଯାଇ ଗ୍ରାମର ପାନୀୟ ଜଳସଙ୍କଟ ଅବସ୍ଥା ବଖାଣିଥିଲେ। ଗ୍ରାମରେ ଥିବା କୂଅ, ପୋଖରୀ, ନାଳ ଓ ଚୁଆ ସବୁ ଶୁଖିଯାଇଛି। ପାନୀୟଜଳଠାରୁ ଆରମ୍ଭ କରି ସ୍ନାନ, ଶୌଚ ପାଇଁ ଗ୍ରାମବାସୀ ପାଣି ପାଉ ନଥିବାରୁ ତୁରନ୍ତ ପ୍ରତିକାର ବ୍ୟବସ୍ଥା କରିବାକୁ ଅଡ଼ି ବସିଥିଲେ। ପୂର୍ବରୁ ପ୍ରଶାସନକୁ ଗୁହାରି କରିଥିଲେ ବି କିଛି ସୁଫଳ ମିଳିନଥିବାରୁ ଜିଲ୍ଲାପାଳ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜିଦ୍‌ ଧରିଥିଲେ। ଶେଷରେ, ଜିଲ୍ଲାପାଳ ମହିଳାଙ୍କ ସହ ଆଲୋଚନା କରି ନିର୍ଭର ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe