ମହିଳାଙ୍କୁ ମାଡମାରି ଅଚେତ କଲେ, ବାପଘରେ ଛାଡୁଥିବା ବେଳେ ସ୍ୱାମୀ ଓ ଶଶୁରଙ୍କୁ ନିର୍ଧୂମ ଛେଚିଲେ

Advertisment
ମହିଳାଙ୍କୁ ମାଡମାରି ଅଚେତ କଲେ, ବାପଘରେ ଛାଡୁଥିବା ବେଳେ ସ୍ୱାମୀ ଓ ଶଶୁରଙ୍କୁ ନିର୍ଧୂମ ଛେଚିଲେ

ଏରସମା: ଏରସମା ଥାନା ଅନ୍ତର୍ଗତ ଜିରେଇଲୋ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଝିଅ ଶାଶୂଘରେ ଝିଅକୁ ମାରି ଅଚେତ ଅବସ୍ଥାରେ ବାପଘରେ ଛାଡୁଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡି ସ୍ବାମୀ ଓ ଶଶୁର ଛେଚା ଖାଇଛନ୍ତି। ସେମାନଙ୍କୁ ପୁଲିସ ଜିମା ଦିଆଯାଇଛି।

ସୂଚନାଯୋଗ୍ୟ ଯେ ଜିରେଇଲୋ ଗ୍ରା ର ଧ୍ରୁବ ଚରଣ ବେହେରାଙ୍କ ଝିଅ ଚନ୍ଦ୍ରମୁଖୀ ବେହେରା ୨ ବର୍ଷ ତଳେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଓଲପଡା, ଶଙ୍ଖେଶ୍ୱର ଗ୍ରାମର ପ୍ରିୟବ୍ରତ ବେହେରାଙ୍କୁ ବିବାହ କରିଥିଲେ। ବିବାହ ବେଳେ ଯାନିଯଉତକ ଦିଆହୋଇଥିଲା। ମାତ୍ର ଅଧିକ ଯୌତକ ପାଇଁ ଶାଶୂଘର ଲୋକ ନିର୍ଯାତନା ଦେଉଥିଲେ। ଗୁରୁବାର ଚନ୍ଦ୍ରମୁଖୀଙ୍କୁ ମାଡ ମାରି ଅଚେତ ଅବସ୍ଥାରେ ସ୍ୱାମୀ ପ୍ରିୟବ୍ରତ ତାଙ୍କ ବାପାଙ୍କ ସହିତ ଏକ ଅଟୋରେ ଆଣି ଜିରେଇଲୋ ଗ୍ରାମରେ ଛାଡି ପଳାଉଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଥିଲେ।

ଗ୍ରାମର ସମସ୍ତ ମହିଳା ଏହା ଶୁଣିବା ପରେ ତାତି ଉଠିଥିଲେ। ଉଭୟଙ୍କୁ ଧରି ମାଡାମରିବା ସହିତ ପୁଲିସ ଡାକି ଜିମା ଦେଇଥିଲେ। ପରେ ପୁଲିସ ଚନ୍ଦ୍ରମୁଖୀଙ୍କୁ ଗୁରୁତର ଅବସ୍ଥାରେ ଏରସମା ମେଡିକାଲ ନେଇଥିଲେ। ମାତ୍ର ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ପୁଲିସ କହିଛି। ଏ ସଂକ୍ରାନ୍ତର ଏକ ମାମଲା ରୁଜୁ କରି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe