ଶୀତରେ ନିଆଁ ଜାଳିବା କାଳ ହେଲା: ମହିଳା ଜୀବନ୍ତଦଗ୍ଧ

Advertisment
ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Representational image

କାଳିଆପାଣି : ସାମାନ୍ୟ ଅସାବଧାନତାରୁ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଛନ୍ତି। ସେ ହେଲେ କାଳିଆପାଣି ଥାନା ଗୁରୁଜଙ୍ଗ ଦେହୁରୀସାହିର ଠିକା ଖଣି ଶ୍ରମିକ ଗଣିଆ ମହାରଣାଙ୍କ ପତ୍ନୀ ଶଶୀ(୪୫)। ଶନିବାର ରାତିରେ ଶଶୀ ଶୀତରୁ ରକ୍ଷା ପାଇବାକୁ ନିଜ ଶୋଇବା ଘରେ ନିଆଁ ଜାଳି ଶୋଇଥିଲେ। ବିଳମ୍ବିତ ରାତିରେ ଅସାବଧାନତାରୁ ତାଙ୍କ ଶାଢ଼ିରେ ନିଆଁ ଲାଗି ଯାଇଥିଲା। ତାଙ୍କ ଚିତ୍କାର ଶୁଣି ସ୍ବାମୀ ଓ ୩ ପିଲା ଉଠି ପଡ଼ିଥିଲେ। ସେତେବେଳକୁ ତାଙ୍କ ଶରୀର ୮୦ ଭା‌ଗ ପୋଡ଼ି ଯାଇଥିଲା। ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଉଦ୍ଧାର କରି ୩୫ କିଲୋମିଟର ଦୂର ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେଲା ବେଳକୁ ଅଢ଼େଇ ଘଣ୍ଟା ବିତି ଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସଂକଟାପନ୍ନ ଅବସ୍ଥାରେ ତାଙ୍କୁ କଟକ ବଡ଼ ଡାକ୍ତରଖାନା ପଠା ଯାଇଥିଲା। ସେଠାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା। କଟକ ମଙ୍ଗଳାବାଗ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ଗତକାଲି ତାଙ୍କ ପରିବାରରେ ପୁତୁରାଙ୍କ ବିବାହ ପରବର୍ତ୍ତୀ ପ୍ରୀତିଭୋଜନ ଉତ୍ସବ ଚାଲିଥିବାବେଳେ ଶଶୀଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ମରଶରୀର ତାଙ୍କ ଜନ୍ମସ୍ଥାନ ପିମ୍ପୁଡ଼ିଆସ୍ଥିତ ବାପଘରକୁ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe