ଖଟରେ ନିଆଁ ଲାଗି ମହିଳା ଜୀବନ୍ତ ଦଗ୍ଧ

ଖଟରେ ନିଆଁ ଲାଗି ମହିଳା ଜୀବନ୍ତ ଦଗ୍ଧ

ପାଇକମାଳ :  ବରଗଡ଼ ଜିଲ୍ଲା ପାଇକମାଳ ଥାନା କାଂସଡ଼ା ପଞ୍ଚାୟତ ଚୁହୁରିପଡ଼ା ଗ୍ରାମରେ ରବିବାର ରାତିରେ ଶୋଇଥିବା ବେଳେ ଖଟରେ ନିଆଁ ଲାଗିବାକୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ମହିଳା ଜଣକ ମଲ୍ଲିକ (୫୦)। ସେ ତାଙ୍କ ଚାଳ ଘରେ ରାତିରେ ଖିଆପିଆ ସାରି ଶୋଇଥିଲେ। ସମ୍ଭବତଃ ‌ଖଟ ପାଖରେ ଥିବା ଚୁଲିରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।। ତାଙ୍କର ପରିବାରର ଆଉ କେହି ନାହାନ୍ତି । ସୋମବାର ସକାଳୁ ଗ୍ରାମବାସୀ ଏନେଇ ସରପଞ୍ଚଙ୍କୁ ଖବର ଦେଇଥିଲେ । ପରେ ପୁଲିସ୍‌ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe