ଚେନ୍ନାଇରେ ଧର୍ମଶାଳା ମହିଳାଙ୍କୁ ନିର୍ଯାତନା, ଉଦ୍ଧାର କଲା ପୁଲିସ

ଚେନ୍ନାଇରେ ଧର୍ମଶାଳା ମହିଳାଙ୍କୁ ନିର୍ଯାତନା, ଉଦ୍ଧାର କଲା ପୁଲିସ

Kalinga TV

ଧର୍ମଶାଳା : ଧର୍ମଶାଳା ଥାନା ବଡ଼କାଏମା ପଞ୍ଚାୟତ ବମ୍ପୁ ଗ୍ରାମର ମହିଳା ରଶ୍ମିରଞ୍ଜିତା ମହାନ୍ତି ଚେନ୍ନାଇ ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହୋଇଛନ୍ତି। ଖବର ପାଇ ପୁଲିସ୍‌ ତାଙ୍କୁ ଉଦ୍ଧାର କରି ଘରକୁ ଫେରାଇ ଆଣଛି।

ବମ୍ପୁ ଗ୍ରାମର ମହିଳା ରଶ୍ମିରଞ୍ଜିତା ପରିବାର ପ୍ରତିପୋଷଣ ପାଇଁ ଚଣ୍ତିଖୋଲର ଏକ ଚାଉଳ ମିଲ୍‌ରେ କାମ କରୁଥିଲେ। ୫ ଦିନ ତଳେ ହରଦେଈପୁର ଗ୍ରାମର ଜଣେ ମହିଳା ତାଙ୍କୁ ଚେନ୍ନାଇ ଯାଇ ଏକ କମ୍ପାନିରେ ଅଧିକ ପାରିଶ୍ରମିକରେ କାମ କରିବା ପାଇଁ ଲୋଭ ଦେଖାଇଥିଲେ। ସେ ରାଜି ହେବାରୁ ତାଙ୍କୁ ଚେନ୍ନାଇ ପଠାଇ ଦେଇଥିଲେ। ସେଠାରେ ରଶ୍ମିଙ୍କୁ କାମ ବଦଳରେ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିଲା। ଏହା ଜାଣିବା ପରେ ରଶ୍ମି କୌଶଳକ୍ରମେ ଫୋନ୍ କରି ଘରକୁ ଜଣାଇଥିଲା। ତାଙ୍କ ମା’ ଘଟଣା ସଂପର୍କରେ ଧର୍ମଶାଳା ଥାନାରେ ଏତଲା ଦେଇଥିଲେ। ପୁଲିସ୍‌ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ଫୋନ୍ ନମ୍ବର ଟ୍ରାକ୍ କରି ଚେନ୍ନାଇ ପୁଲିସ୍‌ ସହାୟତାରେ ରଶ୍ମିଙ୍କୁ ଉଦ୍ଧାର କରି ଗାଁକୁ ଫେରାଇ ଆଣିଛି। ଏହି ଘଟଣାରେ ସମ୍ପୃକ୍ତ ଦଲାଲ୍ ମହିଳାକୁ ପୁଲିସ ଗିରଫ କରିବାରେ ସଫଳ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe