ପୋଖରୀରେ ବୁଡ଼ି ମହଳା ମୃତ

Advertisment
ଶବ ବଦଳ ଘଟଣା, ଚିତାଭସ୍ମ ଗଲା ରାଜସ୍ଥାନ, ଫେରିଲାନି ଓଡ଼ିଆ ପୁଅର ଶବ

CREATOR: gd-jpeg v1.0 (using IJG JPEG v62), quality = 100

ବାଂଶପାଳ : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ନୟାକୋଟ ଥାନା ଅନ୍ତର୍ଗତ ଭଗତପୁର ଗ୍ରାମର ଗୀତାଞ୍ଜଳି ମହାକୁଡ଼(୪୫) ଆଜି ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି।

ଆଜି ସକାଳେ ଗ୍ରାମର ନଟବର ମହାକୁଡ଼ଙ୍କ ସ୍ତ୍ରୀ ଗୀତାଞ୍ଜଳି ମହାକୁଡ଼ ଗାଁ ପାଖ ପୋଖରୀ ହୁଡାକୁ ଶୌଚ କରିବାକୁ ଯାଇଥିଲେ। ମାତ୍ର ସେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ଦୀର୍ଘ ସମୟ ଧରି ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କୁ ପାଇ ନଥିଲେ। ଶୌଚ ସାରି ପୋଖରୀରେ ଧୋଇ ହେବାକୁ ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ପୋଖରୀରେ ବୁଡି ଯାଇ ମୃତ୍ୟୁ ବରଣ କରିଥିବା ସନ୍ଦେହ କରାଯାଉଛି। ଗ୍ରାମର କିଛି ମହିଳା ଗାଁ ପାଖ ଜଙ୍ଗଲକୁ ପତ୍ର ଗୋଟାଇବାକୁ ଯାଇଥିବା ବେଳେ ଗୀତାଞ୍ଜଳିଙ୍କ ମୃତ ଦେହ ପୋଖରୀରେ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ।

ପରେ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ। ନୟାକୋଟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ଚିକିତ୍ସାଳୟକୁ ପଠାଇଛି। ନୟାକୋଟ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଗତକାଲି ସନ୍ଧ୍ୟାରେ ଝଗଡା ହୋଇଥିବା ବେଳେ ସକାଳେ ଏପରି ଅଘଟଣକୁ ନେଇ  ତଦନ୍ତ କରିବାକୁ ନୟାକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଗୀତାଞ୍ଜଳିଙ୍କ ଭାଇ କପିଳେନ୍ଦ୍ର ବେହେରା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe